ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

ଅାଜିଠୁ ପୁଣି ଅାନ୍ଦୋଳନକୁ ଓହ୍ଲାଉଛି ସମ୍ବଲପୁର ଓକିଲ ସଂଘ

ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି।

ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି। ଅାସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅଫିସ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଅାଯାଇଥିବା ବେଳେ ଅାଜିଠାରୁ କୋର୍ଟ ବନ୍ଦ କରାଯାଉଛି।

ସେହିପରି ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ନେଲସନ ମଣ୍ଡେଲା ଛକରେ ଧାରଣା ଦିଅାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

You might also like