• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶାରେ ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇଗୁଣରୁ ଅଧିକ ବୃଦ୍ଧି। ଏପ୍ରିଲ୍ ୧୮ରେ ମାତ୍ର ୬୧ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ଆଜି ଦିନରେ ଏହି ସଂଖ୍ୟା ୧୪୯ରେ ପହଞ୍ଚିଛି। ଆଉ ଏଇ ସଂଖ୍ୟାବୃଦ୍ଧିରେ ପଶ୍ଚିମବଙ୍ଗର ସବୁଠୁ ବଡ଼ ଭୂମିକାକୁ ନେଇ ଚିନ୍ତା। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ଭିତରୁ ୫୦ ପ୍ରତିଶତଙ୍କର ରହିଛି ବଙ୍ଗ ଲିଙ୍କ। ତେବେ ବଡ଼ କଥା ହେଉଛି, ସେଇ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କରୋନା ତଥ୍ୟ ଲୁଚାଉଥିବାର ସାଂଘାତିକ ଅଭିଯୋଗ ଆଣି ଆଜି ବର୍ଷିଛନ୍ତି ଖୋଦ୍ ପଶ୍ଚିମବଙ୍ଗ ରାଜ୍ୟପାଳ।

ମାର୍ଚ୍ଚ ୧୫ରେ ରାଜ୍ୟରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ରୋଗୀ। ୧୮ ଏପ୍ରିଲରେ  ଏହି ସଂଖ୍ୟା ୬୧ ହୋଇଥିଲା। ହେଲେ ଏପ୍ରିଲ୍ ୩୦ବେଳକୁ ସଂଖ୍ୟା ପହଞ୍ଚିଗଲା ୧୪୩ରେ ଅର୍ଥାତ୍ ମାତ୍ର ୧୨ ଦିନରେ ଦୁଇଗୁଣାରୁ ଅଧିକ ବଢ଼ିଗଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ସବୁଠୁ ବଡ଼ କଥା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟାବୃଦ୍ଧିରେ ସିଂହଭାଗ ଅବଦାନ କେବଳ ପଶ୍ଚିମବଙ୍ଗର। ଅର୍ଥାତ୍ ଏପଯର୍ୟନ୍ତ ଯେତେ ପଜିଟିଭ୍ ହୋଇଛନ୍ତି ସେ ଭିତରୁ ଭୁବନନେଶ୍ୱରକୁ ଛାଡ଼ି କେବଳ ପଶ୍ଚିମବଙ୍ଗ ଫେରନ୍ତା ଏବଂ ତାଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ୬୩ ଜଣ। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ଥିଲା ବେଳେ ଗତ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି କହିଥିଲେ ବିଦେଶ ଫେରନ୍ତା ଓ ନିଜାମ୍ମୁଦ୍ଦିନ ପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯତ୍ନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ।

ଉଦବେଗର କଥା ହେଉଛି, ଯାଜପୁରରେ ଆକ୍ରାନ୍ତ ମୋଟ୍  ୩୯ ଜଣଙ୍କ ଭିତରୁ ୩୮ ଜଣଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ। ଆକ୍ରାନ୍ତଙ୍କ ତାଲିକା ଭଦ୍ରକ-୧୬, ବାଲେଶ୍ୱର-୫, କୋରାପୁଟ-୧, ଦେବଗଡ଼-୧, କେନ୍ଦୁଝର-୧ ଓ ଝାରସୁଗୁଡ଼ା-୧। ତେବେ ବେଙ୍ଗଲ ଫେରନ୍ତାଙ୍କ ପାଇଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଦଶରଥପୁର ବ୍ଲକର କଟିକଟା ଅଞ୍ଚଳ। ଯେଉଁଠି ଏହି ଅଞ୍ଚଳରୁ ଏପର୍ଯ୍ୟନ୍ତ ୨୧ ଜଣ ଚିହ୍ନଟ ହେବାରୁ ଚିନ୍ତା ବଢ଼ିଛି।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ପାଇଁ କାହିଁକି ଚ୍ୟାଲେଞ୍ଜ ପାଲଟିଛି ପଶ୍ଚିମବଙ୍ଗ ଓ ପଶ୍ଚିମବଙ୍ଗ ଫେରନ୍ତା। ରାଜ୍ୟରେ ଏପର୍ଯ୍ୟନ୍ତ ୩୪ ହଜାର ୧୩୩ଟି ସାମ୍ପୁଲ ଟେଷ୍ଟ ହୋଇଥିଲା ବେଳେ ଆମ ଠାରୁ ପାଖାପାଖି ଦୁଇ ଗୁଣା ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ଏପର୍ଯ୍ୟନ୍ତ ମାତ୍ର ୧୬ ହଜାର ୫୨୫ଟି ସାମ୍ପୁଲ ଟେଷ୍ଟ ହୋଇଛି। ଏପରିକି କମ୍ ସାମ୍ପୁଲ ଟେଷ୍ଟ ସତ୍ତ୍ୱେ ମେଟ୍ରୋ ସହର କୋଲକାତା ସମେତ ରାଜ୍ୟର ୧୦ଟି ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ହେଲେ ଏସବୁ ଭିତରେ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କରୋନା ତଥ୍ୟ ଲୁଚାଇବା ନେଇ ଆସିଛି ବଡ଼ ଅଭିଯୋଗ। ଏପରିକି ଖୋଦ୍ ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ କହିଛନ୍ତି ସରକାରୀ ଭାବେ ବେଙ୍ଗଲରେ କରୋନା ମୃତ୍ୟୁ ସଂଖ୍ୟା ୧୦୫ କୁହାଯାଉଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ଆହୁରି ଅଧିକ। ରାଜ୍ୟରେ ସ୍ଥିତି ଉଦବେଗଜନକ ଥିଲା ବେଳେ ଲକଡାଉନ୍  ନିୟମ ଓ ସାମାଜିକ ଦୂରତା ନିୟମକୁ ଠିକ୍‌ରେ ପାଳନ କରାଯାଉନଥିବା କହି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍  କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକାର।

ତେବେ ପୂର୍ବରୁ ଢିଲା ତନଖି ବ୍ୟବସ୍ଥା ପାଇଁ କୋଲକାତା, ହାଓ୍ୱଡା, ଓଡ଼ିଶାକୁ ଲାଗିଥିବା ପୂର୍ବମେଦିନାପୁର ଆଦି ଅଞ୍ଚଳରୁ ଲୁଚାଛପାରେ ବହୁ ବଙ୍ଗଫେରନ୍ତା ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟିଛନ୍ତି। ପୁଣି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ଅନ୍ୟ ରାଜ୍ୟଭଳି ପଶ୍ଚିମବଙ୍ଗରୁ ମଧ୍ୟ ବହୁ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ରାଜ୍ୟ ସରକାର ଆଗାମୀ ଦିନରେ ଏ ଚ୍ୟାଲେଞ୍ଜର ବି କିଭଳି ମୁକାବିଲା କରୁଛନ୍ତି ତାହାହିଁ ବଡ଼ ପ୍ରଶ୍ନ

West-bengal-hide-many-information-about-corona-virus-odisha-full-of-tension
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories