ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ବୈଜୟନ୍ତଙ୍କ ସ୍ୱାଗତ

ଭୁବନେଶ୍ୱର: ଲକଡାଉନ ସମୟସୀମା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସରକାରଙ୍କ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ବିଜେପି ନିଶ୍ଚିତ ସହଯୋଗ କରିବ ବୋଲି ବୈଜୟନ୍ତ କହିଛନ୍ତି।

ସରକାରୀ ନିୟମ ଓ ଗାଇଡଲାଇନ୍ସ ପାଳନ କରିବା ସହ ଘରୁ ବାହାରିଲେ ମୁହଁରେ ମାସ୍କ କିମ୍ବା କପଡା ବ୍ୟବହାର କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ତେବେ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁ ଉପୁଜୁଥିବା ସମସ୍ୟା ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ସରକାରଙ୍କୁ ବୈଜୟନ୍ତ ଅନୁରୋଧ କରିଛନ୍ତି।

ଏହାସହ ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ସବୁ ରାଜ୍ୟର ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି।

ବିଜେପି ପକ୍ଷରୁ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରି ଲୋକଙ୍କୁ ସହଯୋଗ କରାଯାଉଛି। ଏପରିକି ଲକ୍ଷ ଲକ୍ଷ ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଇବା ସହ  ଘରେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି।

You might also like