ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

ସମ୍ୱଲପୁର: ସମ୍ବଲପୁରରେ ୩ ଦିନ ସଟଡାଉନ୍ ବାତିଲ। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ। ବିଶେଷ କରି ନୂଆଖାଇ ଯୋଗୁଁ ସଟଡାଉନ୍‌ ନ ହେବାରୁ ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ଉଭୟ ପର୍ବ ପାଇଁ ୩ ଦିନ ସଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ସଟ୍‌ଡାଉନ ହେବନି। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ସଟ୍‌ଡାଉନ୍‌ ହେବନି। ସଟଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ୨୨ ଓ ୨୩ ତାରିଖ ବଦଳରେ ଅଗଷ୍ଟ ୧୬ ଓ ୧୭ ପୂରା ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ। ସଟଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ଶନିବାର ସ୍ୱାଧୀନତା ଦିବସ ଓ ରବିବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଛି। ଏହି ଦୁଇ ଦିନକୁ ରାଜ୍ୟ ସରକାର ସାପ୍ତାହାନ୍ତ ଶଟ୍‌ଡାଉନ୍‌ କରିଥିବା ନୂଆଁଖାଇ ପର୍ବ ପାଳନକୁ ନାନା ସମସ୍ୟା ଉପୁଜିଥିଲା। ଯାହାକୁ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହାକୁ ନଜରରେ ରଖି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ। ନୂଆଁଖାଇ ପାଳନ ପାଇଁ ଅନୁମତି ଦେବାକୁ ଦୁଇ ନେତା ଅନୁମତି ମାଗିଥିଲେ।

ଆହୁରି ପଢ଼ନ୍ତୁ

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଶିଶୁଙ୍କୁ କରୋନାରୁ ଆରୋଗ୍ୟ କରାଇବ ମା’କ୍ଷୀର

ପୋଲ ତଳକୁ ଖସି ପଡ଼ିଲା ୩୦ ଯବାନଙ୍କୁ ନେଇ ଯାଉଥିବା ବସ୍

ବିଦ୍ୟୁତ କାଟକୁ କେନ୍ଦ୍ର କରି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

‘ଓଡ଼ିଶାର ସ୍ଵାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ିି ଯାଇଛି’

‘କରୋନା କଣ ଆମେ ଜାଣିନୁ’

‘ଉଦ୍ଦେଶ୍ୟମୂଳକ ଭାବେ ଓଟିଭିର ଛବି ମଳିନ କରିବାକୁ ଅପଚେଷ୍ଟା ହେଉଛି’

କଟକର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୋଖରୀରୁ ମିଳିଲା ନିଖୋଜ ମା’ଙ୍କ ସମ୍ପର୍କରେ ଅଭିଯୋଗ କରିବାକୁ ଆସିଥିବା ଝିଅର ମୃତଦେହ

୨୪ ଘଣ୍ଟାରେ ଓଡ଼ିଶାରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ଦିନକରେ ୪,୨୪୨ ପଜିଟିଭ୍‌ ଚିହ୍ନଟ

ଦିଅର-ଭାଉଜଙ୍କ ବିବାହକୁ ବିରୋଧ: ଜୋତାମାଳ ପିନ୍ଧାଇ ଗାଁ ବୁଲାଇଲେ ଲୋକେ, ଭିଡିଓ ଭାଇରାଲ

You might also like