ସପ୍ତାହକୁ ଗୋଟିଏ ଦିନ ଛୁଟିରେ ରହିବେ ପୋଲିସ୍

ଭୁବନେଶ୍ୱର: ଲକଡାଉନ୍ ବେଳେ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟଗତ ଚାପ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୋଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ ସେଥିପ୍ରତି ଜାରି ହୋଇଛି ଗାଇଡ୍‌ଲାଇନ୍।

ଏଥିସହ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନକରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

ପୋଲିସ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସ୍ପି ଓ ଡିସିପିଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ଏହି ଆଡଭାଇଜରି ଜାରି କରାଯାଇଛି।  କିଛି ଜିଲ୍ଲାରେ ଏହି ନିୟମ କାର୍ଯ୍ୟକାରୀ ହୋଇସାରିଥିବା ମଧ୍ୟ ସୂଚନା ମିଳିଛି।

You might also like