ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାଘଅ ଭୋଜି। ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ ୫୦ ହଜାର ଜରିମାନା ଲଗାଇଛି ପ୍ରଶାସନ। ଉଭୟ ବର ଓ କନ୍ୟା ଠାରୁ ୫୦ ହଜାର ଜରିମାନା ଆଦାୟ କରିଛି ପ୍ରଶାସନ।

ବାହାଘର ଭୋଜିରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ଏଭଳି ଦଣ୍ଡ ଦେଇଛି ପ୍ରଶାନ। କେବଳ ଫାଇନ୍‌ରେ ଛାଡ଼ିଦେଇନି ପ୍ରଶାସନ। ଉଭୟ ପକ୍ଷଙ୍କ ନାଁରେ ଥାନାରେ ମାମଲା ବି ରୁଜୁ ହୋଇଛି। ତା ସହିତ ବର ପିତା ଅଟକ ମଧ୍ୟ ରହିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ହୋମ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ରହ୍ମପୁର ନ୍ୟୁମିଲିଟାରେ ରୋଡ୍‌ର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଦୀପକର ଗତ ୨ ତାରିଖରେ ବାହାଘର ହୋଇଥିଲେ। ଗୋପାଳପୁରରେ ଏକ ପଞ୍ଚ ତାରକା ହୋଟେଲ୍‌ରେ ହୋଇଥିବା ବିବାହ ଆସର।

ବିବାହ ଆସର ପାଇଁ ସରକାର ନିୟମକୁ ମାନିନଥିଲେ ଭଉୟ ପକ୍ଷ। ବର ଘର ପକ୍ଷରୁ ପ୍ରୋସେସନ୍‌ କରାଯାଇଥିଲା ବର ରୋଷଣିରେ ଯିବା ବେଳେ ଡିଜେରେ କମ୍ପିଥିଲା ଅଞ୍ଚଳ। ବରଯାତ୍ରୀମାନେ ମାସ୍କ ପିନ୍ଧିନଥିଲେ କି ସାମାଜିତ ଦୂରତା ମଧ୍ୟ ରଖି ନ ଥିଲେ। ସମସ୍ତେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ହାତ ଧରା ଧରି ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।  ଏହି ଘଟଣା ପରେ ଉଭୟ ପକ୍ଷକୁ ୫୦,୦୦୦ ଜୋରିମାନା ସହିତ ଥାନାରେ ମାମଲା ମଧ୍ୟ ହୋଇଛି।

ଗଞ୍ଜାମ ଜିଲ୍ଲା ଏବେ ରେଡ୍‌ ଜୋନରେ ରହିଛି। ଏଠାରେ ପ୍ରତିଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ସେଞ୍ଚୁରି ମାରୁଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି। କରୋନାକୁ ରୋକିବା ପାଇଁ ପ୍ରଶାସନ ବିଭିନ୍ନ ପଦେକ୍ଷେପ ନେଉଥିବା ବେଳେ ଏଭଳି ଉଶୃଙ୍ଖଳିତା କାର୍ଯ୍ୟ କରୋନା ସଂକ୍ରମଣକୁ ଆହୁରି ବଢ଼ାଇବା ବୋଲି ଆଶା କରାଯାଉଛି।

 

ଆହୁରି ପଢ଼ନ୍ତୁ

ପୋଖରୀରେ ବୁଡିଗଲେ ଭାଇଭଉଣୀ

ଦୋକାନଗୁଡ଼ିକ A, B ଓ C ବର୍ଗରେ ବିଭକ୍ତ, ଗାଇଡଲାଇନ୍ ଜାରି

ଭାଇରାଲ ଅଡିଓ ଘଟଣା: ୨ ଅଭିଯୁକ୍ତଙ୍କୁ ୩ଦିନ ରିମାଣ୍ଡ

୧୨ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

OTVର ଡକ୍ୟୁମେଣ୍ଟ୍‌ ଗ୍ରହଣ କଲାନି ପୋଲିସ୍‌

ବାଜିରେ ଲାଗିଛି ଜୀବନ: ଉଛୁଳା ନଦୀରେ କାନ୍ଧରେ ସାଇକେଲ୍‌ ରଖି ନଦୀ ପାର୍‌ ହେଉଛନ୍ତି ଲୋକେ

ଅଡିଓ ଭାଇରାଲ୍‌ ମାମଲା: ୨ ଗିରଫ, ଭାଇରାଲ୍‌ କରିଥିବା ମାନିଲେ ବିଶ୍ୱଜିତ୍‌

ଓଡ଼ିଶାରେ କରୋନା ନେଲା ଆଉ ୧୪ ଜୀବନ

ଓଡ଼ିଶାରେ ୧,୫୨୮ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସର୍ବାଧିକ

ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

‘ଭାଇରାଲ ଅଡିଓ ବ୍ୟକ୍ତିଙ୍କୁ ଉଠାଇ ନେଲା ପୋଲିସ୍’

You might also like