ଆହୁରି ୨ ଦିନ ବର୍ଷିବ, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ଲଘୁଚାପ ଜନିତ ବର୍ଷା।  ରାଜ୍ୟର ଅଧିକାଂଶ ଜିଲ୍ଲାରେ  ବର୍ଷା ଯୋଗୁ ଜନଜୀବନ ବ୍ୟାହତ ହୋଇଛି। ଲଘୁଚାପ ଯୋଗୁ ରାଜ୍ୟରେ ଆହୁରି ଦୁଇଦିନ ବର୍ଷା ଲାଗି ରହିବ ବୋଲି କହଛି ପାଣିପାଗ ବିଭାଗ।

ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ।

ଲଘୁଚାପ ଯୋଗୁ ଏବେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏପଟେ ଲଗାଣ ବର୍ଷା ସତ୍ତ୍ୱେ ଜୁନ ୧ରୁ ଅଗଷ୍ଟ ୧୪ ଯାଏଁ ରାଜ୍ୟରେ ୧୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ଅଧିକାଂଶ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ଥିବା ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ।  ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

You might also like