ତାତିରୁ ମିଳିବ ଆଶ୍ୱସ୍ତି ! ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର:  ପ୍ରଚଣ୍ଡ ଗ୍ରୀଷ୍ମରେ ସିଝୁଛି ରାଜ୍ୟ। ପ୍ରବଳ ଗ୍ରୀଷ୍ମତାପରେ ସାରା ସହର ଛଟପଟ ହେଉଛି। ୧୧ଟା ପରେ ବାହାରକୁ ବାହାରିବା କଷ୍ଟକର ହେଇପଡ଼ୁଛି। ଗ୍ରୀଷ୍ମ ତାପରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ତେବେ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାପରୁ  ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ବଦଳିପାରେ ପାଗର ମିଜାଜ୍।  ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ,  ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ  ସ୍ୱଳ୍ପ ଓ ମଧ୍ୟମଧରଣର ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।  ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ ଜିଲ୍ଲା ପାଇଁ ଏହି ସୂଚନା ଜାରି ହୋଇଛି।

ଏ  ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ସମେତ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତେବେ ଆସନ୍ତାକାଲି କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ ପବନ ସହ କୁଆପଥର ବର୍ଷା ହେବାର ସମ୍ଭାବନା ବି ରହିଛି।

You might also like