୨୪ରୁ ବଢ଼ିପାରେ ବର୍ଷା ପରିମାଣ

ଭୁବନେଶ୍ୱର: ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ। ହେଲେ ଆସନ୍ତା ୨୪ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଛି। ଚାଷକୁ ବଞ୍ଚାଇ ରଖିବାକୁ ତୁରନ୍ତ ବର୍ଷା ଦରକାର ହେଉଥିବା ବେଳେ ଏଥିପାଇଁ ଅତି କମ୍‌ରେ ଆଉ ୨-୩ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ହୋଇଛି।  ଅଗଷ୍ଟ ଶେଷ ସୁଦ୍ଧା କମ୍ ବର୍ଷାର ଭରଣା ହେବାର ସମ୍ଭାବନା ଅଛି।

You might also like