ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ

ଭୁବନେଶ୍ୱର: ଆଜିଠାରୁ ୩୦ ତାରିଖ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆମ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଓ ପବନ ହେବ ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ।

କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କୋରାପୁଟରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବ ବୋଲି କୁହାଯାଇଛି।
ତେବେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷିବ। ଆଶନ୍ତା ୪୮ ଘଣ୍ଟା ଯାଏ ସମୁଦ୍ର ମଧ୍ୟ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।

ବାତ୍ୟାର ପଦଧ୍ୱନି –

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ ! ମେ’ ୧ରେ ଲଘୁଚାପ, ୩ରେ କରିପାରେ ଲ୍ୟାଣ୍ଡଫଲ

ଆହୁରି ପଢ଼ନ୍ତୁ

You might also like