ପାଣିପାଗ: ୮ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଆଜି ବି ରାଜ୍ୟରେ କଲବଲ କଲା ତାତି। ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୭ ଡିଗ୍ରୀ ସହ ତାଳଚେର ଆଜି ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି।

ସେହିପରି ୪୧.୨ ଡିଗ୍ରୀ ସହ ବଲାଙ୍ଗିର ଦ୍ୱିତୀୟ ସ୍ଥାନରେ ରହିଛି। ବୌଦ୍ଦ, ମାଲକାନଗିରି, ସୋନପୁର, ଟିଟିଲାଗଡ, ଅନଗୁଳ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବାବେଳେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୭ ଡିଗ୍ରୀ ସେଲ୍‌ସିୟସ୍ ଥିଲା।

ସେପଟେ ରାଜ୍ୟର କିଛି ସ୍ଥାନରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ନୟାଗଡ଼ରେ କାଳବୈଶାଖୀ ତାଣ୍ଡବ ରଚିଛି। ଏଠାରେ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଏପରିକି ବଜ୍ରପାତ ବି ହୋଇଛି। ବିଶେଷ କରି ଜିଲ୍ଲାର ରଣପୁର ବ୍ଲକ ସମେତ ଇଟାମାଟି, ବିଜିପୁର ଇଲାକାରେ ପ୍ରବଳ ପବନ ସହ ବର୍ଷା ହୋଇଛି। ତେବେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ।

You might also like