ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁୟ ମହାପାତ୍ର।

କୌଣସି ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆଯାଇନପାରେ ବୋଲି ସେ କହିଛନ୍ତି।
ପ୍ରକାଶ ଥାଉକି, ଗତବର୍ଷ ମେ ୩ରେ ଫୋନି ବାତ୍ୟା ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସହ ସହ ଘର ଭାଙ୍ଗିଯାଇଥିଲା।  ମୋବଇଲ୍ ସେବା ବିଦ୍ୟୁତ୍ ସେବ କ୍ଷତିଗ୍ରସ୍ତ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ବି ତାଣ୍ଡବ ଦେଖାଇଥିଲେ ଫଣି। ଦିନ ଦିନ ଧରି ବିଦ୍ୟୁତ୍ ବିନା ଅନ୍ଧାରରେ ରହିଥିଲା ରାଜଧାନୀବାସୀ। ପିଇବା ପାଣି ପାଇଁ ବି ହନ୍ତସନ୍ତ ହେବାକୁ ପଡ଼ିଥିଲା।

You might also like