Weather Update‌; ୧୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର; ୧୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନବରଙ୍ଗପୁର, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ବରଗଡ଼, ଅନୁଗୁଳ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ସତର୍କ କରିଛି ପାଣି ବିଭାଗ।

ଲଗାଣ ବର୍ଷା ଯୋଗୁ ରାଜ୍ୟରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରୁ ବିଭିନ୍ନ ଜିଲ୍ଲାରେ ବନ୍ୟ ପରିସ୍ଥଇତି ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ୱର, ଯାଜପୁରରେ ସ୍ଥିତ ଗମ୍ଭୀର ରହିଛି।

ଅନ୍ୟପଟେ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଅତ୍ୟଧିକ ସତର୍କତା ଅବଲମ୍ବନ ଲଗି ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ ନେଇ ସମୀକ୍ଷା କରିଥିଲେ।

 

You might also like