ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ଶୁଖିଲା ରହିବା ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ସାମାନ୍ୟ ମେଘୁଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଏଭଳି ରହିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ପୂର୍ବଦିନ ତୁଳନାରେ ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବା ବେଳେ, ଦାରିଙ୍ଗିବାଡ଼ିରେ ୧୦ ଡିଗ୍ରୀ ରହିଛି।  ଗତକାଲି ଅପେକ୍ଷା ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଶୀତ ପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।

You might also like