୫ ଜିଲ୍ଲାକୁ ଚେତାବନୀ, ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ

ପ୍ରବଳ ବର୍ଷିବ

ଭୁବନେଶ୍ୱର: କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଥିବା ନେଇ ସୂଚନା ମିଳିଛି।  ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼କୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ସମୟରେ  ବିଜୁଳି, ଘଡ଼ଘଡ଼ି ସହ ୪୦-୫୦ କିମି ବେଗରେ ପବନ ସମ୍ଭାବନା ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ।

ତେବେ ଆଜିଠାରୁ ରାଜ୍ୟରେ କମିପାରେ ତାତି। ହେଲେ ଖରାରୁ ପୁରା ନିସ୍ତାର ନାହିଁ। ଗତ ତିନି ଦିନ ଧରି ରାଜ୍ୟରେ ଯେଉଁଭଳି ଅସହ୍ୟ ଗରମ ଓ ତାତି ଦେଖା ଦେଇଥିଲା, ଆଜି ଟିକିଏ କମିବ ବୋଲି ଆଶା କରାଯାଉଛି। ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ସକାଳୁ ସୂଚନା ଦିଆଯାଇଥିଲା। ଏହାସହ ଆଜିଠାରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

You might also like