• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ତାତି । ଉତ୍ତରରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତପ୍ତ ସହର ଥିଲାବେଳେ ବୌଦ୍ଧ, ଭବାନୀପାଟଣା, ମାଲକାନଗିରିରେ ୪୦ ଉପରେ ରହିଥିଲା ପାରଦ । ଆସନ୍ତା ୩ ଦିନରେ ତାପାମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ଗତକାଲି ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇଛି । ସଂଧ୍ୟା ବେଳେ କାଳ ବୈଶାଖୀ ବର୍ଷାରେ ଭିଜିଛି ବାଲେଶ୍ୱର । ସେହିପରି ପାରାଦୀପ, କୁଜଙ୍ଗ, ଏରସମା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୯ଟା ବେଳେ ମାତ୍ର ୧୫ ମିନିଟ୍ ପାଇଁ ଘଡଘଡି ସହ ଭୀଷଣ ଧୂଳିଝଡ ଓ ବର୍ଷା ହୋଇଥିଲା । ଫଳରେ ଅନେକ ସ୍ଥାନରେ ଗଛ ପଡ଼ିବା ସାଙ୍ଗକୁ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । କୁଜଙ୍ଗ ବ୍ଲକ ଗଣ୍ଡକିପୁର ଗାଁରେ ନଡ଼ଇା ଗଛ ପଡ଼ି କଟନ ମାଝିଙ୍କ କୋଠାଘର ଛାତ ଫାଟି ଯାଇଛି । ପାରାଦୀପରେ ବିଭିନ୍ନ ବସ୍ତି ସମେତ ଏରସମା ଓ କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗଛ ଭାଙ୍ଗିବା ସହ ଚାଳଘର ନଷ୍ଟ ହୋଇଛି ।

ସେପଟେ କାଳବୈଶାଖୀରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଭଦ୍ରକ ବାସୁଦେବପୁର ବିଜୟପାଟଣା ଗାଁରେ ଘଟିଛି ଦୁଃଖଦ ଘଟଣା । ମୃତ ଯୁବକ ହେଲେ ଜଗନ୍ନାଥ ଗିରି ।  ସେ ତାଙ୍କ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା  । ଆଉ ଏଥିରେ ସେ ଗୁରୁତର ଆହତ ହୋଇଥିଲେ ।  ପରେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Weather-report-of-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories