ପାରଦ ଆହୁରି ଖସିବ, ଥଣ୍ଡାରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସୁଛି ଶୀତ। ଥଣ୍ଡାରେ ଥରିବ ଓଡ଼ିଶା।  ଏନେଇ ୧୬ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି। ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ ଜିଲ୍ଲା ପାଇଁ ଶୀତ ଲହରି ସକାଶେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଢ଼େଙ୍କାନାଳ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ରାତିରେ ୩ରୁ ୪ ଡିଗ୍ରୀ କମିବା ସମ୍ଭାବନା ରହିଛି। ଏ ନେଇ ଟ୍ୱିଟ୍ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ରାଜ୍ୟରେ ଥଣ୍ଡା ଲହରୀ ଜାରି ରହିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ। ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି। କହିବାକୁ ଗଲେ ବିଶେଷ କରି କନ୍ଧମାଳ, ଶୀତର ପ୍ରକୋପ ଅଧିକ ରହିଛି। ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହୁଛି। ଶୀତ ବଢୁଥିବାରୁ ରାସ୍ତା କଡରେ ଓ ଚା ଦୋକାନରେ ଲୋକଙ୍କ ଭିଡ ଜମୁଥିବା ଦେଖାଯାଉଛି।

You might also like