ଅସହ୍ୟ ତାତିରେ କୁହୁଳିବ ଅଧା ଓଡ଼ିଶା
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର।
ଗତକାଲି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼। ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗିର ୪୧.୫, ଝାରସୁଗୁଡ଼ା ୪୧.୨, ହୀରାକୁଦ ୪୧.୧ ଡିଗ୍ରୀ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ। ଆସନ୍ତା ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦିଆଯାଇଥିଲା।
ବଙ୍ଗୋପସାଗରେ ଲଘୁଚାପ ସମ୍ଭାବନା ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
୧୯୬୩ ଫେବ୍ରୁଆରି ୨୩ ତାରିଖରେ ଭୁବନେଶ୍ୱରର ପାରଦ ୪୨.୭ ଡିଗ୍ରୀ ସେଲସିଅସ୍ ରହିଥିବା ବେଳେ ୨୦୧୨ରେ ୪୦.୧, ୨୦୧୬ରେ ୪୦.୯, ୨୦୧୯ରେ ୩୯.୪ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଥିଲା ରାଜଧାନୀର ଫେବ୍ରୁଆରିରେ ସର୍ବୋଚ୍ଚ ତାପମାତ୍ରା। ସେପଟେ ପାଣିପାଗ ବିଭାଗ ଆକଳନ କରିଥିଲା ଯେ, ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ। ଏପରିକି ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ ଅତିକ୍ରମ କରିପାରେ। ଆଉ ତାହାହିଁ ସତ ହୋଇଛି।