ଅାସନ୍ତାକାଲି ଠାରୁ ବର୍ଷା ବଢ଼ିବ

ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ପୁଣି ବଢ଼ିବ ବର୍ଷା। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଅାଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ୨୧ ଓ ୨୨ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସୂଚନା ଦିଅାଯାଇଛି।

You might also like