ଆଜି ରାତିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ମାରିବ ଓ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ରାତି ୧୧ଟା ୩୦ ଯାଏ ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଭଦ୍ରକ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବ।

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। ଘଡ଼ଘଡ଼ି ମାରିବା ସହିତ ପବନ ମଧ୍ୟ ବହିଥିଲା। ଫଳରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଟ୍ରାଫିକ୍‌ ଜାମ ହୋଇଥିଲା। ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ପୋଷ୍ଟ୍‌ରେ ରାସ୍ତା ଉପରେ ଗଛ ପଡ଼ିଯିବାରୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ରାସ୍ତା ଉପରୁ ଗଛ କାଟି ବାହାର କରାଯିବା ପରେ ଗାଡ଼ି ଚଳାଚଳ ସ୍ଵାଭାବିକ ହୋଇଥିଲା।

ଗତ ଦୁଇ ଦିନ ଧରି ଉତ୍ତର ଓଡ଼ିଶାରେ ବର୍ଷା ହେବା ସହିତ କୁଆପଥର ମାଡ଼ ହୋଇଥିଲା। ଏଥିପାଇଁ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ

You might also like