ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି।

ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ୍‌ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କିଛି ଦିନ ହେବ ରାଜ୍ୟର ପ୍ରାୟ ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ସେଲସିୟସ୍‌ରୁ ତଳକୁ ଖସିଥିଲା। ରାଜଧାନୀ ଭୁବନେଶ୍ୱର ଓ କଟକର ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।

ଉତ୍ତର ଭାରତରୁ ଥଣ୍ଡା ପବନ ଓଡ଼ିଶା ଉପର ଦେଇ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତ ବଢୁଥିବା ପାଣିପାଗ ବିଭାଗ କହିଛି।

You might also like