ବର୍ଷା ଓ ଝଡ଼ ନେଇ ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କଟକ, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ସେପଟେ ରାଉରକେଲା ରେ ଆଜି ଭୋରରୁ ପ୍ରବଳ ବର୍ଷା ହୋଇଛି। ବିଜୁଳି, ଘଡ଼ଘଡି ସହ ବର୍ଷା ହେବାରୁ ବିଶ୍ରା ସମେତ ଅନ୍ୟ କଣ୍ଟେନମେଣ୍ଟ ଜୋନରେ ହେବାକୁ ଥିବା କାମକୁ ପ୍ରଶାସନ ବନ୍ଦ ରଖିଛି। ତେବେ ଗତ କିଛିଦିନ ହେଲା ସହରର ତାପମାତ୍ରା ବଢିଥିବାରୁ ଆଜିର ବର୍ଷା ସହରବାସୀଙ୍କୁ ଅଶ୍ୱସ୍ତି ଆଣିଦେଇଛି।

You might also like