“ଲୋକଙ୍କ ସେବା କରିବାକୁ ଆମେ ଚାହୁଁ”

ଭୁବନେଶ୍ୱର: “ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି”। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ। ଏହାସହ ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକେ ପସନ୍ଦ କରିବା ସହ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ଭଲପାଇବା ଦେଇଛନ୍ତି। ଆଗାମୀ ଦିନରେ ଏହି ଜାରି ରହିବ।

ଗତ କିଛିଦିନ ହେବ ଓଡ଼ିଶା ଗସ୍ତରେ ଥିବା ପୁରନ୍ଦେଶ୍ୱରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଗତକାଲି ଫୁଲବାଣୀ ଯାଇ ଜିଲ୍ଲା ସାଙ୍ଗଠନିକ ବୈଠକରେ ସାମିଲ ହୋଇଥିଲେ। ତେବେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ସହ ଦଳ କିପରି ଏକ ନମ୍ବର ସ୍ଥାନକୁ ଯିବ ସେ ନେଇ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।

କେବଳ ଏତିକି ନୁହେଁ, କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ ପୁରନ୍ଦେଶ୍ୱରୀ। କହିବାକୁ ଗଲେ ଘଟଣାକୁ  ନେଇ ଆକ୍ରମଣ ମୁଡରେ ବିଜେପି। ଆଇନମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ହଲ୍ଲାବୋଲ୍। ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଦଳର ଗର୍ଜନ। ଗତକାଲି ଖୋଦ୍ ପୋଲିସ ମୁଖିଆଙ୍କ ଅଫିସ୍ ଆଗରେ ବିକ୍ଷୋଭ, ଧସ୍ତାଧସ୍ତି ବି ହୋଇଥିଲା।  ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପ୍ରତିବାଦରେ ଗତାକଲି କଟକରେ ଦେଖିବାକୁ ମିଳିଥିବା ବିଜେପିର ରଣହୁଙ୍କାର। ଏତଲାରେ ନାଁଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବରୁ ରାଜ୍ୟର ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ ପରେ ଗତାକଲି ଥିଲା ଡିଜିପି ଅଫିସ୍ ଘେରାଉ।

ଆଇନମନ୍ତ୍ରୀଙ୍କ ବିରୋଧରେ କାହିଁକି ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଜାଣିବାକୁ ଚାହିଁଥିଲେ। ଡିଜିପିଙ୍କୁ ଭେଟି ଏ ନେଇ ପଚାରିଥିଲେ ବି ସନ୍ତୋଷଜନକ ଉତ୍ତର ପାଇନଥିବାରୁ କ୍ଷୁବ୍ଧ ହୋଇ ଧାରଣାରେ ବସିଥିଲେ। ପୋଲିସ ସେମାନଙ୍କୁ ବାଧାଦେବାରୁ ଧାରଣାସ୍ଥଳରେ ହୋଇଥିଲା ଧସ୍ତାଧସ୍ତି। ପୋଲିସ ଏତଲାରେ ନାଁ ଥିବା ୧୩ଜଣଙ୍କ ମଧ୍ୟରୁ ମାତ୍ର ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ କେବେ ଧରାଯିବ ବୋଲି ପ୍ରଶ୍ନ କରିଥିଲେ। ତେବେ ମୋଟ ଉପରେ କହିବାକୁ ଗଲେ, ପୁରନ୍ଦେଶ୍ୱରୀଙ୍କ ଗସ୍ତରେ ସକ୍ରିୟ ହୋଇ ଉଠିଛନ୍ତି ରାଜ୍ୟ ବିଜେପି କର୍ମୀ ଓ ନେତା।

You might also like