ବ୍ରହ୍ମପୁର(ଜଗନ୍ନାଥ): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକରେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ କର୍ସିଙ୍ଗ ଅଭିମୁଖେ ଚାଲିଯାଇଥିଲା। ଯାହା ଫଳରେ ନରେନ୍ଦ୍ର ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକମାନେ ସଂଗେ ସଂଗେ ଚିକିତ୍ସା ପାଇଁ ବୁଗୁଡା ମେଡିକାଲରେ ତାଙ୍କି ଚିକିତ୍ସାଲାଗି ଭର୍ତି କରିଥିଲେ କିନ୍ତୁ  ନରେନ୍ଦ୍ରଙ୍କ ମୁଣ୍ଡରେ ଜୋର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି ଆଉ ତାଙ୍କର ଅଧିକ ଚିକିତ୍ସାଲାଗି ପରିବାର ଲୋକଙ୍କ ପାଖରେ ଅର୍ଥ ବି ନାହିଁ।

ନରେନ୍ଦ୍ରଙ୍କ ମାଆ ଆରପରିକୁ ଚାଲିଯିବା ପରେ ପଙ୍କଳବାଡ଼ି ଗ୍ରାମ ମାମୁ ଘରେ ରହି ପିଲାବେଳୁ ପାଠ ପଢି ଗାଁ ଲୋକଙ୍କ ସେବା ମଧ୍ୟ କରିଥିଲେ। ଏବେ ନରେନ୍ଦ୍ର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଡାକ୍ତର କହୁଛନ୍ତି ୧୨ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ଗରିବ ପରିବାର ହୋଇଥିବାରୁ ଭଣଜାର ଚିକିତ୍ସା କରିବା ପାଇଁ ପୁରା ଅକ୍ଷମ ହୋଇପଡିଛନ୍ତି ପୁରା ପରିବାର। ଅନ୍ୟ ପଟେ ନରେନ୍ଦ୍ରଙ୍କ ଜୀବନ ବଞ୍ଚାଇବା ପାଇଁ ଗାଁର ପିଲାଠୁ ଆରମ୍ଭ କରି ସମସ୍ତ ସାଙ୍ଗସାଥୀ ଗାଁରେ ସାହି ସାହି ବୁଲି କିଛି ଅର୍ଥ ଆଦାୟ କରୁଥିବା ଦେଖିବାକୁ ମିଳିଥିଲା।

ତେବେ ଯଦି କୌଣସି ବ୍ୟକ୍ତି ସହଯୋଗ କରିବାକୁ ଚାହୁଁଛନ୍ତି ତାହାଲେ IFSC – SBIN0012106 – ACCOUNT NUMBER- 33208091761 ଏହି ଆକାଉଣ୍ଟ ନମ୍ବର ମାଧ୍ୟମରେ ପଠାଇପାରିବେ। ସମସ୍ତ ଜନ ସାଧାରଣ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ।

Other Stories