ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମାନବପ୍ରେମୀ ଆଦିତ୍ୟଙ୍କ ପରିବାର

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ସିବିଆଇ ତଦନ୍ତ ଦାବି କରି ଆଦିତ୍ୟଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାର୍ଚ୍ଚ ୪ ତାରିଖରେ ଏନେଇ ପରିବାର ଲୋକେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଗତ ଜୁଲାଇ ମାସରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ପାଖ ରେଳ ଲାଇନରୁ ମିଳିଥିଲା।

ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା ତେବେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ତଦନ୍ତ ପ୍ରଥମେ ଜିଆର୍‌ପି କରୁଥିଲା। ପରେ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ମୁଁ ଆଉ ଧୈର୍ଯ୍ୟ ସହିପାରୁନି। ଆମେ ଜିଆରପି ତଦନ୍ତରେ ଆଦୌ ସନ୍ତୁଷ୍ଟ ନଥିଲୁ। ଏହି କେସ୍ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ପରେ ତାର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେ ସମୟରେ ଆମେ ହାଇକୋର୍ଟକୁ ଯାଇଥିଲୁ। ସେ ବି ତାରିଖ ପରେ ତାରିଖ ଦେଲେ। ଆଜକୁ ୮ ମାସ ହେଲାଣି ଆମେ ନ୍ୟାୟକୁ ଅନାଇ ବସିଛୁ। ଆକେତେ ଧୈର୍ଯ୍ୟ ଧରିବୁ। ଶେଷରେ ଆମେ ନିରୁପାୟ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲୁ। ଆଶା କରୁଛୁ ସିବିଆଇ ଏହାର ତଦନ୍ତ କଲେ ପ୍ରକୃତ ସତ ବାହାରକୁ ଆସିବ।
-ଆଦିତ୍ୟଙ୍କ ମା’

You might also like