‘ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ’

ଭୁବନେଶ୍ୱର : ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର କହୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଏପରି କଥା ରାଜନୈତିକ ସମୀକ୍ଷକ ସହଜରେ ଗ୍ରହଣ କରିପାରୁନଥିଲେ। ଆଜି ଏହି ଭିତିରି ପେଡ଼ିର ଗୁମର ଖୋଲିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ।

ସେ କହିଛନ୍ତି, “କେନ୍ଦ୍ର ଓ ବିଜେପି ସହ ନବୀନଙ୍କ ଭଲ ସଂପର୍କ ରହିଛି। ସେଥିପାଇଁ କେନ୍ଦ୍ର ଅଧିକ ଅନୁଦାନ ଦେଉଛି। ଆମେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ, କରିଛୁ। ସେ ଆମ ଆଶୀର୍ବାଦରୁ, ଆମ କାନ୍ଧରେ ମୁଖ୍ୟମନ୍ତ୍ରୀ। ଆମର ମଧ୍ୟ ନବୀନ ବାବୁଙ୍କ ସହ ଭଲ ସଂପର୍କ ଅଛି।”

ବିଜେପୁର ଉପନିର୍ବାଚନ ନେଇ ଶ୍ରୀ ନାଏକ କହିଛନ୍ତି, “ବିଜେପୁର ଉପନିର୍ବାଚନରେ ଆମେ ନିଶ୍ଚିତ ଜିତିବୁ। ସାହି-ପଡ଼ାରୁ ସହର ପର୍ଯ୍ୟନ୍ତ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରୁଛୁ। ଏଥର ନବୀନବାବୁଙ୍କୁ ଆମେ ଉଚିତ ଜବାବ ଦେବୁ।”

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like