• translate
Sarbeswar

ଖୋର୍ଦ୍ଧା: ପୁଅର ଜୀବନ ବଞ୍ଚାଇବା ପାଇଁ ମାଆ ବାପାଙ୍କ ଆକୁଳ ନିବେଦନ। କାରଣ ଗୋଟିଏ ବୋଲି ପୁଅ ଦୁରାରୋଗ କ୍ଲିଭାଲ କୋରଡମା ଯାହାକି ଏକ ପ୍ରକାରର ବ୍ରେନ କ୍ୟାନସରରେ ପୀଡିତ ଅଛନ୍ତି ।  ଏହାର ଚିକିତ୍ସା କେବଳ ଚେନ୍ନାଇର ଏକ ଘରୋଇ ମେଡ଼ିକାଲରେ ସମ୍ଭବ ବୋଲି ଜଣାପଡ଼ିଛ । ପ୍ରୋଟୋନ୍ ବିମ୍ ଥେରାପି ଯାହାକି ଏକ ବ୍ୟୟବହୁଳ ଚିକିତ୍ସା ଦ୍ୱାରା କେବଳ ଏହି ରୋଗ ଭଲ ହୋଇପାରିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ତେବେ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ବାପାଙ୍କ ପକ୍ଷେ ଏହି ଚିକିତ୍ସା ସମ୍ଭବ ନୁହେଁ ।

ମୋ ସ୍ୱପ୍ନ ମରିଯିବା ଆଗରୁ ମୋତେ ଟିକେ ସାହାଯ୍ୟ କରନ୍ତୁ । ମୋତେ ବଞ୍ଚାଇ ଦିଅନ୍ତୁ । ପିଡା ସହି ହେଉନି । ମୋ ଜୀବନ ଓଡ଼ିଶା ବାସୀଙ୍କ ହାତ ମୁଠାରେ । ମୁଁ ଆପଣଙ୍କ ପୁଅ ଭଳିଆ ଜଣେ ପୁଅ, ଆପଣଙ୍କ ଭାଇ ଭଳିଆ ଜଣେ ଭାଇ  ଭାବି ମୋତେ ସାହାଯ୍ୟ କରନ୍ତୁ । ଏମିତି କାକୁତି ମିନତୀ ହୋଇ ଆକୁଳ ନିବେଦନ କରିଛନ୍ତି ବ୍ରେନ କ୍ୟାନ୍ସସରରେ ପୀଡ଼ିତ ଥିବା ଖୋର୍ଦ୍ଧା ପ୍ରାଣନାଥ  ସ୍ୱଂୟଶାସିତ ମହାବିଦ୍ୟାଳୟର ଛାତ୍ର ରୋଶନ ମିଶ୍ର। ମ୍ୟାଟ୍ରିକରେ ପ୍ରଥମ ଶ୍ରେଣୀ, ଏକାଦଶରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ରୋଶନ। ଜଣେ CA ଭାବେ  ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ସ୍ୱପ୍ନ ଦେଖିଥିଲେ। ବର୍ତ୍ତମାନ PN କଲେଜର ଯୁକ୍ତ ତିନି ଶେଷ ବର୍ଷ କମର୍ସ ଛାତ୍ର ଅଟନ୍ତି ସେ। ଭୁବନେଶ୍ୱରର ଏକ ବ୍ୟୟ ବହୁଳ ଘରୋଇ ହସ୍ପିଟାଲରେ ଚିକିତ୍ସା କରି ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଚେନ୍ନାଇ ଆପୋଲ ହସ୍ପିଟାଲରେ ଏହି ବ୍ରେନ କ୍ୟାନସର ଅପରେସନ ହେବ ବୋଲି ଜଣାପଡ଼ିଛି। ଆଉ ଚିକିତ୍ସା ପାଇଁ ୪୦ ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ତେଣୁ ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ରୋଶନ  ।

ଏହି ସମୟରେ କାଳରୁପୀ କରୋନାର କୋପ ଦୃଷ୍ଟିରେ ଏକ ଘରୋଇ ସଂସ୍ଥାରେ କାମ କରି ପରିବାର ପୋଷୁଥିବା  ମୃତଞ୍ଜୟ ମିଶ୍ର ରୋଜଗାର ହୀନ ହୋଇ ପଡିଛନ୍ତି । ଯେତିକି ସଞ୍ଚୟ କରିଥିଲେ ପୁଅ ରୋଶନଙ୍କ ଚିକିତ୍ସାରେ ଶେଷ ହୋଇଗଲାଣି ସବୁ ଟଙ୍କା । ଏବେ ୪୦ ଲକ୍ଷ ଯୋଗାଡ଼ କରି ବ୍ରେନ କ୍ୟାନସର ମୁହଁରୁ ଛଡାଇ ଆଣିବା ଲାଗି ମୃତୁଞ୍ଜୟଙ୍କ ପାଇଁ ବିରାଟ ସ୍ୱପ୍ନ ହୋଇପଡିଛି । ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା ସାହାଯ୍ୟ ମିଳିଛି । ରୋଶନଙ୍କ ଜୀବନ ବଞ୍ଚାଇବା ଲାଗି  ଓଡ଼ିଶାବାସୀଙ୍କୁ  ସାହାଯ୍ୟର ହାତ ବଢ଼ାଇବା ପାଇଁ କାନ୍ଦି କାନ୍ଦି ନିବେଦନ କରୁଛନ୍ତି ବାପା ମାଆ ।

ରୋଶନଙ୍କ ଚିକିତ୍ସା ଲାଗି  ଆର୍ଥିକ ସହାୟତା ଦେବାକୁ ଇଛୁକ ବ୍ୟକ୍ତି ନିମ୍ନଲିଖିତ ଠିକଣାରେ ଯୋଗାଯୋଗ କରି ସାହାଯ୍ୟ କରି ପାରିବେ ତାଙ୍କର ଯୋଗାଯୋଗ ଠିକଣା ହେଲା…..

  • ରୋଶନ ମିଶ୍ର
  • ପିତାମୃତ୍ୟୁଞ୍ଜୟ ମିଶ୍ର
  • ଆଟ୍ଏମ ଆଇ ଜି  / ୨୩୪ , ଶ୍ରୀ ସତ୍ୟସାଇ ଏନକ୍ଲେଭ୍
  • ଆମ୍ରି ହାସପାତାଳ ପାଖ
  • ପୋଷ୍ଟ୍ଖଣ୍ଦଗିରି
  • ଜିଲ୍ଲାଖୋର୍ଦ୍ଧା
  •  ଫୋନ ନମ୍ବର 9438123633

Other Stories

  •  bjp leaders came back to Odisha
    Odisha BJP ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • KOTIA
    Koraput କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

    ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ...

  • Pipili byelection
    Odisha କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

    ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ...

  • Subash Singh
    Cuttack Durga Puja ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

    କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା...