ବାଣପୁର(ଶକ୍ତିପ୍ରସାଦ ମହାପାତ୍ର): ପିଲାଟି ଦିନରୁ ସେ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଘରର ଏକମାତ୍ର ପୁଅ। ସମୟ ଥିଲା ଖେଳକୁଦ, ପାଠପଢା ସବୁ ଠିକ୍ ଚାଲିଥିଲା। ହେଲେ ୪ ବର୍ଷ ହେବ ରୋଗରେ ପୀଡ଼ିତ ହୋଇ ତାଙ୍କ ପାଠପଢାରେ ଡୋରି ଲାଗିଛି। ହେଲେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅର୍ଥ ଯୋଗାଡ ପାଇଁ ସାହାଯ୍ୟ ଆଶାରେ ଏବେ ସେ ନିରାଶ ହୋଇଛନ୍ତି। ଫଳରେ ଦୀର୍ଘ ୪ ମାସ ହେବ ଶଯ୍ୟାଶାୟୀ ବାଣପୁର ଦାଶରଥୀପୁରର ୨୨ ବର୍ଷୀୟ ଜଗନ୍ନାଥ ସ୍ୱାଇଁ।
ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ୨ନମ୍ବର ଓ୍ୱାର୍ଡର ଦାଶରଥୀପୁରର ଏକ ଭଙ୍ଗାଟିଣ ଘରେ ରହୁଛନ୍ତି ଜଗନ୍ନାଥ। ଘରର ଏକମାତ୍ର ପୁଅ ୨୨ ବର୍ଷୀୟ ଜଗନ୍ନାଥ ସ୍ୱାଇଁ ଏବେ ରୋଗ ଶଯ୍ୟାରେ ପଡ଼ିଛନ୍ତି। ପିଲାଟି ଦିନରୁୁ ସିକିଲିସେଲବିଟା ଥାଲାସେମିଆ ରୋଗରେ ପୀଡିତ ଥାଇ ମଧ୍ୟ ପାଠପଢାରେ ବେଶ୍ ଆଗ୍ରହୀ ଥିଲେ। ହେଲେ ଧୀରେ ଧୀରେ ଶରୀର ଅସୁସ୍ଥ ଓ ଅର୍ଥର ଅଭାବ ହେବାରୁ ତାଙ୍କ ପାଠପଢାରେ ଡୋରି ଲାଗିଥିଲା। ଦୀର୍ଘ ୪ବର୍ଷ ହେବ ସବୁ ଡାକ୍ତରଖାନା ବୁଲି ବୁଲି ଲକ୍ଷାଧିକ ଟଙ୍କା ସାରିବା ପରେ ଦିନ ମଜୁରିଆ ବାପା ଯୁଧିଷ୍ଠିର ସ୍ୱାଇଁ ଅଧିକ ଚିକିତ୍ସା ପାଇଁ ଟଙ୍କା ବ୍ୟବସ୍ଥା କରିନପାରି ଘରେ ପକାଇ ରଖିଛନ୍ତି।
୪ ମାସ ହେବ ରୋଗ ବଢିଯିବା ଓ ଚିକିତ୍ସା ନ ହୋଇପାରିବାରୁ ଏବେ ଅଷ୍ଟ୍ରିମୋଲାଏଟିସ୍ ନାମକ ଏକ ବିରଳ ଅସ୍ଥିରୋଗ ଓ ଟିବି ଭଳି ରୋଗ ସହ ସଂଗ୍ରାମ କରୁଛନ୍ତି ଜଗନ୍ନାଥ। ରୋଗ ଶଯ୍ୟାରେ ପଡି ନିଜକୁ ବଞ୍ଚେଇବା ଏବଂ ବାପା ମାଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ଜଗନ୍ନାଥ ଓ ସ୍ଥାନୀୟ ବାସିନ୍ଦା।
ଜଗନ୍ନାଥଙ୍କ ବାପା ଯୁଧିଷ୍ଠିର ସ୍ୱାଇଁ ଜଣେ ଦିନ ମଜୁରିଆ ଭାବରେ କାମ କରୁଛନ୍ତି। ମୂଲ ଲାଗିଲେ ପରିବାର ଚଳେ। ଋଣ କରି ପୁଅର ଚିକିତ୍ସା କରାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ଅଧିକ ଚିକିତ୍ସା କରିବା ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ବାପା ଯୁଧିଷ୍ଠିର।
କେବଳ ଯେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ତାହା ନୁହେଁ ବରଂ ସରକାରଙ୍କ ଅନ୍ୟ କୌଣସି ଯୋଜନା ଜଗନ୍ନାଥ ଓ ତାଙ୍କ ପରିବାର ନିକଟରେ ପହଁଚିପାରିନି। ଜଗନ୍ନାଥଙ୍କ ସ୍ଥିତି ପରଖିବା ପରେ ଓଟିଭି ଟିମ୍‌ ପହଁଞ୍ଚିଥିଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ପାଖରେ। ତେବେ ଜଗନ୍ନାଥଙ୍କ ଚିକିତ୍ସା କରାଇବା ସହ ସିଡିଏମଓ ଏବଂ ସୁପରସ୍ପେଶାଲିଟି ହେମାଟୋଲୋଜି ପ୍ରଫେସରଙ୍କ ସହ କଥା ହୋଇ ସାହାଯ୍ୟ କରିବାରୁ ପ୍ରତିଶୃତି ଦେଇଛନ୍ତି ଡଃ ଧୂର୍ଜଟୀ ପ୍ରସାଦ ମହାପାତ୍ର।
ଆଶା କରୁଛୁ ବାଣପୁର ମେଡିକାଲ୍ ଅଫିସର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ନିଶ୍ଚୟ ପୁରା କରିବେ। ଆଉ ଏହାଛଡା ଯଦି ଆପଣମାନଙ୍କ ମଧ୍ୟରୁ କୌଣସି ସହୃଦୟ ବ୍ୟକ୍ତି ଜଗନ୍ନାଥଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ।
ଜଗନ୍ନାଥ ସ୍ୱାଇଁ ପିତା- ଯୁଧିଷ୍ଠିର ସ୍ୱାଇଁ। ଗ୍ରାମ- ଦାଶରଥିପୁର, ବାଣପୁର ଏନଏସି ୨ନମ୍ବର ଓ୍ୱାର୍ଡ। ପୋଷ୍ଟ- ବାଣପୁର। ପିନ୍- ୭୫୨୦୩୧। ଥାନା- ବାଣପୁର ମୋବାଇଲ୍- ୭୮୪୮୯୯୪୧୪୭।
Aa
 
  •  

  • New Notification
    Unread

    Richi Richa Das‘s post in OTV NEWS needs approval.

    8 minutes ago

     

Other Stories