ତୁଟିଲାନି ଶିକ୍ଷକଙ୍କ ସମସ୍ୟା

ଭୁବନେଶ୍ୱର : ତୁଟିଲାନି ଶିକ୍ଷକଙ୍କ ସମସ୍ୟା। ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । କିନ୍ତୁ ଅାମେ ୭ ଦିନ ସମୟ ଦେବାକୁ ରାଜି ଥିଲୁ କହିଲା ମିଳିତ ମଞ୍ଚ। ସେଥିରେ ସରକାର ରାଜି ନହେବାରୁ ଅାନ୍ଦୋଳନ ଅାଗକୁ ଯିବ, ଅାହୁରି ତୀବ୍ର ହେବ ବୋଲି ମିଳିତ ମଞ୍ଚ କହିଛି।

ଦରକାର ହେଲେ ସମୂହ ଇସ୍ତଫା ଦେବାକୁ ସଂଘ ଚେତାବାନୀ ଦେଇଛି। ଶିକ୍ଷକ ସମସ୍ୟା ସମାଧାନ ନେଇ ଅାଜି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଅାଲୋଚନା ହୋଇଥିଲା। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଗଣ ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ସଚିବ ମଧ୍ୟ ଯୋଗ ଦେଇଥିଲେ।

ଅାଜିର ଅାଲୋଚନାକୁ ନେଇ ମନ୍ତ୍ରୀ ଶଶି ବେହେରା, ବଦ୍ରି ପାତ୍ର କହିଛନ୍ତି, ଅାନ୍ଦୋଳନରୁ ଓହରିବାକୁ ଶିକ୍ଷକମାନଙ୍କୁ ଅନୁରୋଧ କରିଛୁ। ୩ ମାସ ସମୟ ମଧ୍ୟ ମାଗିଛୁ।  ସମୟ ମିଳିଲେ ଷ୍ଟିଅରିଂ କମିଟି ଗଠନ ହୋଇ ତର୍ଜମା ହେବ ବୋଲି ଦୁଇ ମନ୍ତ୍ରୀ କହିଛନ୍ତି।

You might also like