କାଶରୁ ଜଣାପଡ଼ିପାରେ କରୋନା

ଭୁବନେଶ୍ୱର: କାଶରୁ ଜଣାପଡ଼ିପାରେ କରୋନା। ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ୍ ରହୁଛି, ସେ ସଂପର୍କରେ ଗବେଷଣା ଚାଲିଛି। ନିପି ଓ RMRC ମିଳିତ ଭାବେ ଏହି ଗବେଷଣା କରୁଥିବା କହିଛନ୍ତି ଭୁବନେଶ୍ୱର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।

ନିପି ପକ୍ଷରୁ ଏକ ଆପ୍ ଏକ ପ୍ରସ୍ତୁତ କରାଯାଇଛି। ଏହି ଆପ୍ ମଧ୍ୟରେ ରୋଗୀ ନିଜେ କାଶର ଅଡିଓ ରେକର୍ଡ କରିବେ। ଏହାର ପରୀକ୍ଷା କରାଯିବ। କାଶର ଶବ୍ଦରୁ ଜଣାପଡ଼ିବ ସଂପୃକ୍ତ ରୋଗୀଙ୍କୁ କରୋନା ହୋଇଛି କି ନାହିଁ।

ତେବେ ରାଜ୍ୟରେ ବଢ଼ୁଥିବା କରୋନା ସଂଖ୍ୟାକୁ ନେଇ ସଂଘମିତ୍ରା କହିଛନ୍ତି, ରାଜ୍ୟରେ ଏବେ ଟେଷ୍ଟିଂ ଅଧିକ ହେଉଛି, ଟ୍ରେସ୍ କରାଯାଉଛି। ତେଣୁ ପଜିଟିଭ ସଂଖ୍ୟା ଅଧିକ ବଢ଼ୁଛି।

ତେବେ ଦିନକୁ ଦିନ କରୋନାକୁ ନେଇ ନୂଆ ଗବେଷଣା ରିପୋର୍ଟ ସାମ୍ନାକୁ ଆସୁଛି। କେଉଁ ରିପୋର୍ଟରେ ନୂଆ କରୋନା ଲକ୍ଷଣ ପ୍ରକାଶ ପାଉଥିବା ବେଳେ ଅନ୍ୟ କେଉଁ ରିପୋର୍ଟରେ କରୋନା ସଂକ୍ରମଣର ନୂଆ ମାଧ୍ୟମ ବାବଦରେ ସୂଚନା ମିଳୁଛି। ନିକଟରେ କରୋନାକୁ ନେଇ ପୁଣି ଏକ ନୂଆ ଗବେଷଣା ରିପୋର୍ଟ ସାମ୍ନାକୁ ଆସିଛି। କରୋନା ମହାମାରୀ ପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିଲେ ବି ଗବେଷଣା କିନ୍ତୁ ଭିନ୍ନ କଥା କହିଛି। ଘରେ ରହୁଥିବା ବ୍ୟକ୍ତି ବି କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଗବେଷଣା କହିଛି। ଦକ୍ଷିଣକୋରିଆର ଗବେଷକମାନେ ଏହି ତଥ୍ୟ ଦେଇଛନ୍ତି।

ସେ ସର୍ଭେ ରିପୋର୍ଟ କହୁଛି, ବାହାରେ ବୁଲୁଥିବା ବ୍ୟକ୍ତି ଅପେକ୍ଷା ଘରେ ରହୁଥିବା ଜଣେ ସୁସ୍ଥ ବ୍ୟକ୍ତି ତାଙ୍କ ପରିବାରର ଅନ୍ୟ ସଦସ୍ୟ କିମ୍ବା ଅନ୍ୟମାନଙ୍କ ଦ୍ୱାରା ଅଧିକ ସଂକ୍ରମିତ ହୋଇପାରନ୍ତି।

ସେହିଭଳି  ବାୟୁ ଦ୍ୱାରା କରୋନା ବ୍ୟାପିବା ନେଇ ଗବେଷଣା ରିପୋର୍ଟକୁ ପ୍ରଥମେ ଅସ୍ୱୀକାର କରୁଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। କିନ୍ତୁ ପରେ ବାୟୁଦ୍ୱାରା କରୋନା ସଂକ୍ରମଣ ହୋଇପାରେ ବୋଲି ମାନିଥିଲା WHO ।

 

You might also like