୫ ବର୍ଷ ପରେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ : ଏତେ ଦିନ ପରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହୋଇଗଲେ ମେଦିନପୁର ଅଞ୍ଚଳର ଜୟା ବିବି

  • ଦୀର୍ଘ ୫ ବର୍ଷର ଅପେକ୍ଷା, ଆଉ ଏବେ ସ୍ୱାମୀସ୍ତ୍ରୀଙ୍କର ଦେଖାସାକ୍ଷାତ
  • ଏତେ ଦିନ ପରେ ସ୍ୱାମୀଙ୍କୁ ଦେଖି ଅମାନିଆ ଲୁହ ବୋଲ ମାନୁନି
  • ଛଳଛଳ ଆଖିରେ ସ୍ତ୍ରୀକୁ ପାଖରେ ପାଇଁ ଖୁସିରେ ଆତ୍ମହରା ସ୍ୱାମୀ
  • ପୁଣି ଥରେ ପରିବାର ଲୋକଙ୍କୁ ଦେଖି ଭାବବିହ୍ୱଳ ହେଲେ ମେଦିନପୁର ଅଞ୍ଚଳର ମହିଳା

କଟକ : ୫ ବର୍ଷ ପରେ ପରିବାର ପାଖକୁ ଫେରିଲେ ମହିଳା। ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ମହିଳାଙ୍କୁ ଖୋଜି ପାଇଛନ୍ତି ପରିବାର ଲୋକେ। କଟକ ଚୌଦ୍ୱାର ଅଞ୍ଚଳରେ ଗତ ୫ ବର୍ଷ ତଳେ ଜଣେ ମାନସିକ ଭାରସାମ୍ୟ ହରାଇଥିବା ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଆଉ ତାଙ୍କୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନେଇ ରଖିଥିଲେ। ସେଠାରେ ତାଙ୍କର ଯତ୍ନ ନେବା ସହ ଚିକିତ୍ସା କରାଯାଇଥିଲା।

ତେବେ ମହିଳା ଜଣକ ସୁସ୍ଥ ହେବା ପରେ ନିଜ ନାଁ ଓ ଠିକଣା କହିିଥିଲେ। ସେ ମେଦିନପୁର ଅଞ୍ଚଳର ଜୟା ବିବି ବୋଲି ଜଣାପଡ଼ିଥିଲା।  ଏ ସମ୍ପର୍କରେ କୋଲକାତା ଓ ମେଦିନପୁର ଅଞ୍ଚଳର ସମାଜସେବୀଙ୍କୁ ଜଣାଇବା ପରେ ଜୟାଙ୍କ ପରିବାର ଲୋକେ ଚୌଦ୍ୱାର ପହଞ୍ଚି ତାଙ୍କୁ  ନେବାକୁ ଚାହିଁଥିଲେ। ପରିବାର ଲୋକଙ୍କ ପାଖକୁ ଫେରିବା ବେଳେ ଭାବବିହ୍ୱଳ ହୋଇପଡ଼ିଛନ୍ତି ମହିଳା ଜଣକ।

You might also like