ଅାଳି ନୂଅା ବଜାରରେ ଜଳବନ୍ଦୀ ଅବସ୍ଥା

ଦୋକାନ ଭିତରେ ପାଣି ଭର୍ତ୍ତି, ବ୍ୟବସାୟୀ ହଇରାଣ

ଅାଳି : ପାଣିଘେରରେ ୫୦ଟି ଦୋକାନ ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ଅାଳି ନୂଅାବଜାରରେ। ଲଘୁଚାପ ବର୍ଷା ଛାଡିଯାଇଥିଲେବି ପାଣି ନିଷ୍କାସନ ହୋଇନପାରି ଏଭଳି ଅବସ୍ଥା ଉପୁଜିଛି।

ଦୋକାନ ଭିତରେ ବର୍ଷାପାଣି ପଶିଯାଇଥିବାର ବ୍ୟବସାୟୀମାନେ ଦୋକାନ ଖୋଲିନପାରି ହଇରାଣ ହେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଉଚ୍ଚତା ଯୋଗୁ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ନିଷ୍କାସନ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି ଅାଳି ତହସିଲଦାର।

You might also like