ଲଗାଣ ବର୍ଷାରେ ରାଜଧାନୀ ଉବୁଟୁବୁ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଉବୁଟୁବୁ। ଗତକାଲି ପ୍ରବଳ ବର୍ଷାରେ ରାଜଧାନୀର ତଳିଆ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁ ଉପରକୁ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା।

ଗତକାଲି ଲଗାଣ ବର୍ଷାରେ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବମିଖାଲ୍, ଭିଏସ୍ଏସ୍ ନଗର, ବରମୁଣ୍ଡା, ରସୁଲଗଡ଼ରେ ରାସ୍ତା ଉପରେ ପାଣି ଜମି ରହିଥିଲା। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।

ମୁଖ୍ୟତଃ ସହରର ତଳି ଅଞ୍ଚଳରେ ଥିବା ଘରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

You might also like