ପାଣି ପାଇଁ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ

ଭୁବନେଶ୍ୱର : ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା ନାହିଁ । କାରଣ ବାବୁଙ୍କ ସରକାରୀ କ୍ୱାଟର୍ସକୁ ଦିନ ରାତି ବୁହା ହେଉଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ବାତ୍ୟା ପରର ବେଦନା ଭିତରେ ବି ଚାଲିଛି ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ।

ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ପାଣି ପାଇଁ ହାହାକାର ସ୍ଥିତି ଭିତରେ ରାଜଧାନୀରେ ଚାଲିଛି ସରକାରଙ୍କ ଭିଆଇପି ଟ୍ରିଟ୍‌ମେଣ୍ଟ। କ୍ୟାପିଟାଲ୍ ଛକରୁ ଶିଶୁ ଭବନ ଛକ ଭିତରେ ଅଧିକାଂଶ ବରିଷ୍ଠ ଆଇଏଏସ ଅଧିକାରୀ ରହୁଛନ୍ତି। ଯାହାଙ୍କ ଘରକୁ ଟ୍ୟାଙ୍କର ବୋହି ପାଣି ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ । ସରକାରୀ କ୍ୱାଟର୍ସ ଗୁଡ଼ିକରେ ପାଣି ଅନଲୋଡ଼ କରି ଅନାୟାସରେ ଫେରିଯାଉଛି ଗାଡ଼ି।

ଏମିତି ଏ କ୍ୱାର୍ଟରରୁ ସେ କ୍ୱାର୍ଟରକୁ ବୁଲି ବୁଲି ଜନସ୍ୱାସ୍ଥ୍ୟ ବିଭାଗର ଟ୍ୟାଙ୍କର ପାଣି ଯୋଗାଇ ଚାଲିଛି । ଫୋନିବାତ୍ୟା ପରଠୁ କାହା ଘର ସମ୍ପରୁ ପାଣି ସରିଗଲାଣି ତ’ ଆଉ କାହାର ଟାଙ୍କି ଖାଲି ହୋଇପଡ଼ିଲାଣି। ଏଭଳି ସ୍ଥିତିରେ କେଉଁଠି କେଉଁଠି ଟ୍ୟୁବ୍‌ୱେଲ ବି ଅଚଳ ହୋଇପଡ଼ିଛି । ପରିଣାମ ସ୍ୱରୁପ ଲୋକଙ୍କ ପାଣି ଟାଙ୍କି ଭର୍ତ୍ତି କରିବାକୁ ରାଜଧାନୀରେ ହଜାର ହଜାର ଟଙ୍କା ଭଡ଼ା ନେଉଛନ୍ତି ଜେନେରେଟର୍ ମାଲିକ। ତା’ବି ସହଜରେ ମିଳିବା ମୁସ୍କିଲ ।

ତେବେ ପାଣି ମୁନ୍ଦାଏ ପାଇଁ ଜାରି ରହିଥିବା ଏଭଳି ସଂଘର୍ଷ ଆଉ ଯୁଦ୍ଧ ଭିତରେ ସରକାରୀ ବାବୁଙ୍କ ପ୍ରତି ଏ ସ୍ପେଶିଆଲ୍ ଟ୍ରିଟ୍‌ମେଣ୍ଟ ଏବେ ବିପର୍ଯ୍ୟୟ ବେଳେ ବି ଭିଆଇପି କଲ୍ଚର୍ କୁ ପ୍ରୋତ୍ସାହିତ କରୁନି କି ?

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like