ଖରା ଆରମ୍ଭରୁ ଜଳକଷ୍ଟ : ଲୁଣି ଓ ଆଇରନ ମିଶା ପାଣି ଯୋଗୁଁ ଚିନ୍ତାରେ ଲୋକେ
ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା ଘେରରେ ସ୍ଥାନୀୟ ଲୋକେ । କେଉଁଠି ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ତ ଆଉ କେଉଁଠି ଅଚଳ । ଏପଟେ ନବରଙ୍ଗପୁର ଜିଲ୍ଲା ସାନମସିଗାଁ ଏବଂ ଚନ୍ଦନପାଲା ଗାଁରେ ମଧ୍ୟ ସମାନ ସମସ୍ୟା।
ଗ୍ରୀଷ୍ମ ଆରମ୍ଭରୁ ଦେଖାଗଲାଣି ଜଳକଷ୍ଟ । ଜଗତସିଂହପୁର କୁଜଙ୍ଗ ବ୍ଲକର ବିଭିନ୍ନ ପଂଚାୟତରେ ଲୋକଙ୍କ ଜଳକଷ୍ଟ ବଢିବାରେ ଲାଗିଛି। ନଳକୂପ ଜଳ ଲୁଣି ଏବଂ ଆଇରନଯୁକ୍ତ ହୋଇଥିବାରୁ ତାହା ପାନୀୟ ଅନୁପଯୋଗୀ । ପାରାଦୀପ ଉପକଣ୍ଠ ବିଶ୍ୱାଳି ଗାଁରେ ଦୁଇ ଦୁଇଟି ଜଳ ପ୍ରକଳ୍ପ ଦୀର୍ଘ ୪ ବର୍ଷ ହେଲାଣି ଲୋକଙ୍କ କାମରେ ଲାଗୁନି । ଏପଟେ ନିମ୍ନମାନର କାମ ଯୋଗୁଁ ପିତାମ୍ବରପୁରରେ ଜଳପ୍ରକଳ୍ପରୁ ପାଣି ଲିକ୍ ହେଉଥିବା ଅଭିଯୋଗ ହେଉଛି। ଗଣ୍ଡକିପୁର, କାଳିଆପାଟ ଭଳି ଅନେକ ଗାଁକୁ ପ୍ରଶାସନ ଟ୍ୟାଙ୍କର ଯୋଗେ ଯୋଗାଉଥିବା ପାଣି ସମୁଦ୍ରକୁ ଶଙ୍ଖେ । ତେବେ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ବିଡିଓ ।
ଏପଟେ ନବରଙ୍ଗପୁର ବ୍ଲକ ସାନମସିଗାଁରେ ମଧ୍ୟ ଦେଖାଦେଇଛି ଜଳ ସମସ୍ୟା । ୮ ବର୍ଷ ତଳେ ପାନୀୟ ଜଳ ଯୋଗାଣ ପାଇଁ ପାଣିଟାଙ୍କି ନିର୍ମାଣ କରାଯାଇଥିଲା ହେଲେ ଏହା କାମରେ ଆସୁନି ପାଣି । ପଏଣ୍ଟ ଗୁଡିକ କେଉଁଠି ଭାଙ୍ଗିଯାଇଛି, ତ ଆଉ କେଉଁଠି ଲୋକେ ଗୋରୁଗାଈ ବାନ୍ଧିଲେଣି । ସାନମସିଗାଁରେ ୮ଟି ନଳକୂପ ଥିବା ବେଳେ ୩ଟି ଖରାପ ହୋଇପଡିଛି । ଆଉ ଦୁଇଟିରୁ ଦୂଷିତ ପାଣି ବାହାରୁଛି । ସେହିପରି ପାପଡାହାଣ୍ଡି ବ୍ଲକ ଚନ୍ଦନପାଲା ଗାଁରେ ୨ଶହ ଲୋକଙ୍କ ପାଇଁ ରହିଛି । ମାତ୍ର ଗୋଟିଏ ନଳକୂପ ୨୦୧୭ରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ । ମଧ୍ୟ ପାନୀୟ ଜଳରୁ ବଞ୍ଚିତ ସ୍ଥାନୀୟ ବାସିନ୍ଦା ଫଳରେ ପୋଖରୀ ଉପରେ ନିର୍ଭର କରୁଛନ୍ତି ଲୋକେ । ତେବେ ପ୍ରଶାସନ ପାନୀୟ ଜଳ ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
#ବଢୁଛି_ତାତି_ବଢୁଛି_ଜଳକଷ୍ଟ
ଖରା ତାତି ବଢିବା ସାଙ୍ଗକୁ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନଯୁକ୍ତ ହୋଇଥିବାରୁ ସମସ୍ୟା ଘେରରେ ସ୍ଥାନୀୟ ଲୋକେ। ଏପଟେ କେଉଁଠି ପାନୀୟ ଜଳ ପ୍ରକଳ୍ପ ଅଧାପନ୍ତରିଆ ତ ଆଉ କେଉଁଠି ଅଚଳ। ଜଳ କଷ୍ଟକୁ ନେଇ ଦେଖନ୍ତୁ ରିପୋର୍ଟ। #Odisha pic.twitter.com/Sc1en8XeKN— ଓଟିଭି (@otvkhabar) March 22, 2021