ପାରାଦୀପରେ ଜଳ ସଙ୍କଟ: ଏଣିକି ଦିନକୁ ଥରେ ମାତ୍ର ମିଳିବ ପାଣି

ପାରାଦୀପ(ରମାକାନ୍ତ ନାୟକ ): ପାରାଦୀପରେ ଉତ୍କଟ ହେଲାଣି ଜଳ ସଙ୍କଟ। ସହରବାସୀ ଆଉ ଏଣିକି ମନଇଚ୍ଛା ପାଣି ଖର୍ଚ୍ଚ କରିପାରିବେ ନାହିଁ। କାରଣ ପାଇପ ଜଳ ସେମାନଙ୍କୁ ଦିନକୁ ଥରେ ମାତ୍ର ଯୋଗାଇ ଦିଆଯିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛିା

ପାରାଦୀପ ଟାଉନ୍ସିପ୍ ଲାଗି ମହଜୁଦ୍ ଥିବା ଜଳ ସ୍ତର କମିବାରେ ଲାଗିଛିା ଫଳରେ ସହରରେ ଜଳସଙ୍କଟ ଦେଖା ଦେଇଛି।  ପରସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦର କର୍ତ୍ତୃପକ୍ଷ  ସହରବାସୀଙ୍କୁ ଦିନରେ ମାତ୍ର ଥରେ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ପାଣି ବେଶି ଖର୍ଚ୍ଚ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଡାକବାଜି ଯନ୍ତ୍ର ଯୋଗେ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ପ୍ରଚାର ମଧ୍ୟ କରାଯାଉଛିା ଲୋକଙ୍କୁ ଜଳ ସଞ୍ଚୟ ସହ ଜଳ ଯୋଗାଣ ନେଇ ସଚେତନ କରାଯାଉଛିା ତେବେ ପରିସ୍ଥିତିରେ ସୁଧାର ଆସିବା ଯାଏ ଏପରି ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛିା

You might also like