• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାମରେ ଆସୁନି ନଳକୂଅ, ଚୁଆ ଓ ପୋଖରୀ ଉପରେ ନିର୍ଭରଶୀଳ
ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେବି ମିଳୁନି ସୁଫଳ
ମୋହନା ଓ ଟାଙ୍ଗୀରେ ବିଶୁଦ୍ଧ ଜଳ ପାଇଁ ହଇରାଣ ଗ୍ରାମବାସୀ

ମୋହନା,ଚୌଦ୍ୱାର(ମିହିର ଜିତ, ପ୍ରକାଶ ନାୟକ): ଗ୍ରୀଷ୍ମ ଆରମ୍ଭରୁ ବଢିଲାଣି ପାଣି ସମସ୍ୟା । ବିଶୁଦ୍ଧ ପିଇବା ପାଣି ପାଇଁ ଡହକବିକଳ ହେଉଛନ୍ତି ଲୋକେ॥ ମୋହନାରୁ ଟାଙ୍ଗୀ ସବୁଠି ସମାନ ପରିସ୍ଥିତି । କେଉଁଠି ନଳକୂଅ ନାହିଁ ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ ନିର୍ଭରଶୀଳ ଗ୍ରାମବାସୀ । ଏବେଠୁ ସମସ୍ୟାର ସମାଧାନ ନହେଲେ ନିଦାଘ ଖରା ଦିନେ କିପରି ଚଳିବେ ଲୋକେ ତାହା ପାଲଟିଛି ଚିନ୍ତାର ବିଷୟ ।

ଟୋପେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । ଜଙ୍ଗଲ ପାହାଡ ଡେଇଁ ଗଲେ ମିଳୁଛି ପାଣିର ସନ୍ଧାନ ।  ଗଜପତି ଜିଲ୍ଲା ମୋହନା ବ୍ଲକ କଟାମା ପଂଚାୟତର ଦୁର୍ଗମ ବାଲିଗଣ୍ଡା, ଦନିଗାଁ ଓ ବାରିହାପଦା ଗାଁ ଗୁଡିକରେ ଉତ୍କଟ ହେବାରେ ଲାଗିଛି ଜଳ କଷ୍ଟ । ଗାଁରେ ଥିବା ନଳକୂଅ ଅଚଳ, ଏଣୁ ବିଲମାଳ ଓ ପାହାଡ ଉପରେ ଖୋଳାଯାଇଥିବା ଚୁଆ ପାଣି ଉପରେ ନିର୍ଭରଶୀଳ ଗ୍ରାମବାସୀ। ସେପଟେ ଦନିଗାଁରେ ଗତ ୨୦୧୬ ମସିହାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ଖୋଳା ଯାଇଥିବା ବୋର୍ କାର୍ଯ୍ୟକ୍ଷମ ହୋଇନପାରି ପଡିରହିଛି । ଜଳକଷ୍ଟ ଦୂର ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି । ଅନ୍ୟପଟେ ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

ସେହିଭଳି କଟକ ଜିଲ୍ଲା ଟାଙ୍ଗୀ ଜୟପୁର ଗାଁରେ ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଗାଁର ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସାହାଭରସା ଗୋଟିଏ ପୋଖରୀ । ଗାଁରେ ଥିବା ୨ ଟି ନଳକୂଅ କାମରେ ଲାଗିପାରୁନି । ଗୋଟିଏ ସଂପୂର୍ଣ୍ଣ ଅକାମୀ ଏବଂ ଅନ୍ୟଟିରେ ବାହାରୁଛି ନାଲିପାଣି । ଯାହାଫଳରେ ଗାଁ ମୁଣ୍ଡରେ ଥିବା ଏଇ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ପାଣି ସମସ୍ୟା ନେଇ ବହୁବାର ଜଣାଇବା ପରେବି ପ୍ରଶାସନ ପଦକ୍ଷେପ ନେଉନଥିବାରୁ ତେଜିବାରେ ଲାଗିଛି ଅସନ୍ତୋଷ । ଏନେଇ ବିଡିଓ କହିଛନ୍ତି ପଂଚାୟତ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ସମାଧାନ କରାଯିବ ।

Water-problem-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories