ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ରାଜଧାନୀବାସୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପରେ ଏବେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। କେଉଁଠି ପାଣି ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଲେଣି  ତ ଆଉ କେଉଁଠି ବିଦ୍ୟୁତ୍‌ ନଥିବାରୁ ଦୁର୍ଦ୍ଦଶା ଭିତରେ ଲୋକେ ଜୀବନ କାଟୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାଣି ଓ ବିଦ୍ୟୁତ୍‌ ସମସ୍ୟା ସୃଷ୍ଟି ହୋଇଛି।

ପାଣି ପାଇଁ ରାଜଧାନୀବାସୀ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ୩ ଦିନ ହେବ ପାଣି ନଥିବାରୁ ଭୁବନେଶ୍ୱର ପଟିଆ ଅଞ୍ଚଳର ବାସିନ୍ଦା ଆଜି ପଟିଆ-ନନ୍ଦନକାନନ ରାସ୍ତା ଅବରୋଧ କରିଛନ୍ତି। ମହିଳାମାନେ ରାସ୍ତା ଉପରେ ବାଲ୍‌ଟି, ଗରା ରଖି ରାସ୍ତାରୋକ କରିଛନ୍ତି। ଏଥିପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ତେବେ ପିଇବା ପାଣି ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଲୋକେ କହିଛନ୍ତି।

You might also like