ପାଣ୍ଠି ଖର୍ଚ୍ଚ କରିବେ ରାଜ୍ୟ ସରକାର

ଇସ୍କନ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ହେବ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ

ଭୁବନେଶ୍ୱର : ଶୁଣିଲାନି NHAI । ଶେଷରେ ଇସ୍କନ ଜଳବନ୍ଦୀ ସମସ୍ୟାର ସମାଧାନ ଲାଗି ଅଣ୍ଟା ଭିଡ଼ିଛନ୍ତି ସରକାର। ତିଅାରି କରିବେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍। ପାଣ୍ଠି ବି ନିଜେ ଖର୍ଚ୍ଚ କରିବେ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ଲାଗି ଅଗ୍ନିସେବା ବିଭାଗକୁ ହାଇ ଡିସ୍‌ଚାର୍ଜ ପମ୍ପ୍ ଯୋଗାଇ ଦିଅାଯିବ। ଅାଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଅାଯାଇଛି ଏହି ନିଷ୍ପତ୍ତି।

ଅାସନ୍ତା ମାସରେ ଟେଣ୍ଡର ଡକାଯିବ। ଅାସନ୍ତା ବର୍ଷ ମୌସୁମୀ ପୂର୍ବରୁ ପୂର୍ତ୍ତ ବିଭାଗ ସାରିବ ଡ୍ରେନ୍ କାମ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି NHAI କର୍ତ୍ତୃପକ୍ଷଙ୍କ ମନମାନି କଥା ଉଲ୍ଲେଖ କରିଥିଲେ। ମାତ୍ର ୨୪ ଘଣ୍ଟା ଭିତରେ ରାଜ୍ୟ ସରକାର NHAIର ବିନା ସହାୟତାରେ ନିଜେ ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ନିର୍ମାଣ କରିବା ନିଷ୍ପତ୍ତିକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ। ଏପଟେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅାଜି ଇସ୍କନ ଜଳ ବନ୍ଦୀ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମାଲୋଚନା କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱର ମହାନଗର ନିଗମର ତ୍ରୁଟି ପଦାରେ ପଡିଛି। ପ୍ରଶ୍ନ ଊଠୁଛି, ସବୁବେଳେ NHAI କୁ ଦୋଷ ଠେଲୁଥିବା ବିଏମ୍‌ସି, କାହିଁକି ଏଠି ଚୁପ୍? NHAI  ଯୁକ୍ତି ଅାଗରେ କାହିଁକ ନଇଁଲେ ସରକାର ? ଓଭରବ୍ରିଜ୍ ତିଅାରି ସମୟରେ କଣ ବିଏମ୍‌ସି ନିୟମ ପାଳନ କରିନାହିଁ କି? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ।

କେବଳ ଇସ୍କନ ସାମ୍ନା ନୁହେଁ, ଜୟଦେବ ବିହାର, ଅାଚାର୍ଯ୍ୟ ବିହାର ସମେତ ଭୁବନେଶ୍ୱରର ବହୁ ଅଞ୍ଚଳରେ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ, ମାତ୍ର ସବୁଥର ବିଏମ୍‌ସି ଭେଳିକି ଦେଖାଏ। ଅାଉ ଦୋଷ ଠେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ। କିନ୍ତୁ ଅାଜି ସରକାର ନେଇଥିବା ନିଷ୍ପତ୍ତି ଅାସନ୍ତା ବର୍ଷକୁ କେତେ ଫଳପ୍ରଦ ହେବ ତା ଉପରେ ନଜର।

 

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like