ଲଗାଣ ବର୍ଷାରେ ବେହାଲ ଗାଙ୍ଗପୁରା ଗାଁ

ବାଲେଶ୍ୱର: ଲଗାଣ ବର୍ଷାରେ ଗଙ୍ଗାହାର ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ୱର ଜିଲ୍ଲା ରେମୁଣାର ଗାଙ୍ଗପୁରା ଗାଁର ଲୋକେ ପାଣି ଘେରରେ ଦିନ କାଟୁଛନ୍ତି। ଘରେ ଓ ବାହାରେ ସବୁଠି ପାଣି। ଲୋକମାନଙ୍କୁ କୌଣସି ଜରୁରୀ କାମ ପଡ଼ିଲେ ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡ଼ୁଛି।

ଗାଙ୍ଗପୁରା ଗାଁ ଏବଂ ତାହାର ଆଖପାଖ ଅଞ୍ଚଳକୁ ବନ୍ୟା ପାଣି ମାଡ଼ିଯାଇଛି। ଗାଁକୁ ଯାଇଥିବା ମାଟି ରାସ୍ତା ଓ ବିଲ ସବୁ ଏକାକାର ହୋଇଯାଇଛି। ଫଳରେ ଲୋକେ ଗାଁ ଭିତରେ ଥିବା ଉଚ୍ଚ ସ୍ଥାନରେ ପିଲା ଛୁଆଙ୍କୁ ନେଇ ଆଶ୍ରୟ ନେଇଛନ୍ତି। ଏଥିପାଇଁ ପିଲା ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି।

ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ଅଣ୍ଟାଏ ଉଚ୍ଚର ବଢ଼ି ପାଣିରେ ଯାତାୟତ କରୁଥିଲେ ମଧ୍ୟ ଗାଁରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତାଙ୍କର ପାଦ ପଡ଼ିନି।

ଏପରିକି ଗାଙ୍ଗପୁରା ଗାଁରେ ରାସ୍ତା ଓ ପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ରାଜନେତା ଓ ଜିଲ୍ଲାପାଳଙ୍କ ନିକଟରେ ଦାବି କଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

(ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ)

 

You might also like