ବିପଦ ସଂକେତ ଟପିଲା ଜଳକା ନଦୀ

ଜଳେଶ୍ୱର: ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଏବେ ଏହା ୬.୧ମିଟରରେ ଜଳସ୍ତର ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ନଦୀର ଜଳସ୍ତର ଶୂନ ଦଶମିକ ୧ ମିଟର ବୃଦ୍ଧି ପାଉଥିବା ଜଣାପଡ଼ିଛି।

ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିବାରେ ଲାଗିଛି। ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ତଳିଆ ଅଞ୍ଚଳ ସହ ଚାଷ ଜମି ସବୁ ଜଳମଗ୍ନ ହୋଇଛି। ନଦୀର ଜଳସ୍ତର ବୃଦ୍ଧିକୁ ନେଇ ନଦୀ ତଟରେ ରହୁଥିବା ଲୋକେ ଭୟଭୀତ ହୋଇଛନ୍ତି।

You might also like