ବଢୁଛି ରେଙ୍ଗାଲି ଡ୍ୟାମ୍‌ର ଜଳସ୍ତର

ସମ୍ୱଲପୁର : ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର। ଗତକାଲି ଅପରାହ୍ନରେ ଡ୍ୟାମ୍‌ର ଜଳସ୍ତର ଥିଲା ୬୨୫ ଦଶମିକ ୬୫ ଫୁଟ୍। ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୩ ଲକ୍ଷ ୧୬ ହଜାର ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୨ ହଜାର ଘନଫୁଟ ଜଳ।  ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

ସମ୍ବଲପୁରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ପ୍ରଶାସନ ସତର୍କ ଅଛି। ମହାନଦୀ ପାଣି ବଢ଼ିବା ପରେ ଏବେ ତଳ ମୁଣ୍ଡର ଲୋକଙ୍କ ଚିନ୍ତା ବଢ଼ିଛି। ସୁବର୍ଣ୍ଣପୁର ବୀରମହାରାଜପୁର ଅଞ୍ଚଳରେ ମହାନଦୀ ଫୁଲିବାରେ ଲାଗିଛି। ସେପଟେ ପିତାମହୁଲ ବାଉରୀ ଯୋର୍ ଉପରେ ଆଜି ୫ ଫୁଟ୍ ଉଚ୍ଚର ବନ୍ୟା ପାଣି ପ୍ରଭାବିତ ହୋଇଛି। ଫଳରେ ବୀରମହାରାଜପୁର-ରେଢ଼ଖୋଲ-ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମର ଜଳସ୍ତର ବଢୁଛି। ଅତିରିକ୍ତ ଜଳ ନିଷ୍କାସନ କରାଯାଉଥିବାରୁ ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ନଈକୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ।

You might also like