ମାଲକାନଗିରି: ପୋଲ ଉପରେ ପାଣିର ସୁଅ ଛୁଟୁଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଏହି ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।
ଗତ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବା ଫଳରେ ବହୁ ଛୋଟ ବଡ଼ ନାଳ ଭର୍ତ୍ତି ହୋଇଯାଇଛି। ଯାହାଦ୍ୱାରା MV-୩୭ ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିରୁ ବାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ଖାଲି ଏତିକି ନୁହେଁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି।
ମାଲକାନଗିରି: ଲଗାଣ ବର୍ଷାରୁ MV-୩୭ ପୋଲ ଉପରେ ପାଣି;ମାଲକାନଗିରି-ବାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ #Odisha pic.twitter.com/yrZr8OvWbn
— ଓଟିଭି (@otvkhabar) 28 July 2018