ଜଳ ନା ଜହର ! ପାଣି ବୋତଲରେ ଭାସୁଛି ଅଳିଆ

ମାଲକାନଗିରି  : ମାଲକାନଗିରି ସଦର ମହକୁମାରେ ଏକ ଘରୋଇ ପାଣି ଫ୍ୟାକ୍ଟ୍ରି ଉପରେ ସ୍ୱାସ୍ଥ୍ୟବିଭାଗର ଚଢଉ। ଜଣେ ଗ୍ରାହକ ବଜାରରୁ ରିଫ୍ରେସ୍ ନାମକ ଏକ ଘରୋଇ କଂପାନୀର ପାଣି ବୋତଲ କିଣିବା ପରେ ସେଥିରେ ଅଳିଆ ଥିବାର ଦେଖିବାକୁ ପାଇଥିଲେ।

ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଫ୍ୟାକ୍ଟ୍ରି ଉପରେ ଚଢଉ କରିଥିଲେ। ବିଭିନ୍ନ ଦୋକାନରୁ ସଂପୃକ୍ତ କଂପାନୀର ପାଣିର ନମୁନା ଏବଂ କାଗଜପତ୍ର  ଯାଂଚ କରିଛି ଟିମ୍।

ତେବେ ଯାଂଚ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ। ସେପଟେ ପାଣି ଫ୍ୟାକ୍ଟ୍ରି ମାଲିକ କିନ୍ତୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

You might also like