ସମସ୍ୟା ପାଲଟିଛି ଘାଟି ରାସ୍ତା, ନଈ ପାଣି ଲୋକଙ୍କ ସାହାରା

ପ୍ରଶାସନର ପ୍ରତିଶ୍ରୁତି ପାଲଟିଛି ପାଣିର ଗାର

ଗଜପତି : ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍‌ର ବେତାରସିଂ ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ , ବିଦ୍ୟୁତ୍‌ ଭଳି ମୌଳିକ ସୁବିଧାରୁ ବଂଚିତ ଏଠାର ଲୋକେ। ପୁଣି ରାସ୍ତା ନଥିବାରୁ ବେତାରସିଂ ସମେତ ଗାଣ୍ଡେଲି, ଲାଂଜା, ପିଆଶାଳ ଭଳି ୪ ଖଣ୍ଡ ଗାଁ ଲୋକଙ୍କ ସାହା ଭରସା ପାଲଟିଛି ପାହାଡି ଘାଟି ରାସ୍ତା। ଟିକେ ଅସାବଧାନ ହେଲେ ଦୁର୍ଘଟଣା ଘଟିବା ଥୟ। ତେବେ ୨୦୧୭-୧୮ରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ଘାଟି ରାସ୍ତା ଆରମ୍ଭ ହୋଇଥିଲେବି କାମ ଅଧପନ୍ତରିଆ ହୋଇଥିବାରୁ ମରଣଯନ୍ତା ପାଲଟିଛି ରାସ୍ତା।

ସେପଟେ ଗାଁରେ ପାଣିର ବି କୌଣସି ସୁବିଧା ନାହିଁ। କୂଅ କି ନଳକୂଅ ନଥିବାରୁ ଲୋକେ ବାଧ୍ୟ ହୋଇ ନଈ ପାଣି ପିଉଛନ୍ତି। ଏନେଇ ବିଡିଓ କହିଛନ୍ତି, ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ କରି ରାସ୍ତା, ପାଣି, ବିଜୁଳି ଯୋଗାଇବା ବ୍ୟବସ୍ଥା କରାଯିବ।

ସମାନ ସମସ୍ୟାରେ ରହିଛି କୋରାପୁଟ ନନ୍ଦପୁର ବ୍ଳକ୍‌ର ହଂଜରପେଣ୍ଟା ଗାଁ। ପାଣି ଟୋପେ ପାଇଁ ୧୭୦ ପରିବାର ହନ୍ତସନ୍ତ ହେଉଛନ୍ତି। ଏମିତିକି  ଗମନାଗମନ, ସ୍ୱାସ୍ଥ୍ୟ ସେବାରୁ ବଂଚିତ ଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିପରି କାଦୁଅ ପଚରପଚର ରାସ୍ତାରେ ଯିବା ଆସିବା କରିବା ଏଠିକାର ନିତିଦିନିଆ କଥା। ଗୋଟେପଟେ ଟ୍ରେନ୍ ଲାଇନ୍ ଯୋଗୁ ରାସ୍ତା ଅବରୋଧ ଏବଂ ଅନ୍ୟପଟେ କାଦୁଅ ରାସ୍ତା ଦୁର୍ବିସହ କରିଦେଇଛି ଲୋକଙ୍କ ଜୀବନ।

ଏପରିକି ଆମ୍ବୁଲାନ୍ସ ସେବା ଗାଁକୁ ଆସିପାରୁ ନଥିବା ଅଭିଯୋଗ ହୋଇଛି। ହଂଜରପେଣ୍ଟା ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ଖିଲାପୁଟ, ଶୁକ୍ରିପୁଟ, ଖମରା ଭଳି ଗାଁଲୋକେ ୟା ଉପରେ ନିର୍ଭରଶୀଳ। ଏନେଇ ୪ ବର୍ଷ ହେଲା ରାସ୍ତା ମରାମତି ପାଇଁ ଦାବି ହେଉଥିଲେବି ଅବସ୍ଥା ଯେମିତିକୁ ସେମିତି। ଏନେଇ ନନ୍ଦପୁର ବିଡିଓ କହିଛନ୍ତି ସମସ୍ୟାର ସମାଧାନ କରାଯିବ।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like