ଜାତୀୟ କୃଷି ଆଇନକୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନର ରାଜପଥ ଅବରୋଧ

ଭୁବନେଶ୍ୱର: ଜାତୀୟ କୃଷି ଆଇନକୁ ବିରୋଧ କରି ରାଜପଥ ଅବରୋଧ। ନବନିର୍ମାଣକୃଷକ ସଂଗଠନର ଶତାଧିକ ସଂଖ୍ୟାରେ ସଦସ୍ୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ହାଇଟେକ୍ ଛକ ନିକଟରେ ରାଜପଥ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟ।

ଭୁବନେଶ୍ୱରକୁ ଆସୁଥିବା ଚାଷୀ ପଟୁଆରକୁ ଅଟକାଇଥିଲା ପୋଲିସ। ପ୍ରତିବାଦରେ ଜାତୀୟ ରାଜପଥ ଉପରେ ବସିଲେ ଶହ ଶହ ଚାଷୀ। ରାସ୍ତା ଉପରେ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଚାଷୀ ନେତା ଅକ୍ଷୟ କୁମାରଙ୍କ ସହ ଶତାଧିକ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ।

ସେପଟେ ସମ୍ବଲପୁରରେ କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ଓ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ବିରୋଧ କରି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆନ୍ଦୋଳନ କରିଛି।

ସମ୍ବଲପୁର ଜିଲ୍ଲା ମାନେଶ୍ୱର ଛକରେ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ଦିନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରିଥିଲା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି। ଜାତୀୟ ରାଜପଥ ଉପରେ ଆନ୍ଦୋଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like