ପୋଲିସ୍-ଡକାୟତ ଲଢେଇ: ଦେଖନ୍ତୁ ଜିତିଲା କିଏ ?

ବଲାଙ୍ଗିର: ପ୍ରଥମେ ପୋଲିସ ଓ ଡକାୟତଙ୍କ ମଧ୍ୟରେ ମୁହାଁମୁହିଁ। ଆଉ ଶେଷରେ କିଛି ଘଣ୍ଟା ପରେ ୩ ଜଣଙ୍କୁ କାବୁ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତାରେ। ଫିଲ୍ମ ଷ୍ଟାଇଲରେ ଡକାୟତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଛି ପୋଲିସ। ଏକ ୫ ଜଣିଆ ଡକାୟତ ଦଳ ଆଜି ଲୋଇସିଂହା ନିକଟରେ ଜଣେ ଯୁବକଙ୍କଠାରୁ ଟଙ୍କା ଓ ଲ୍ୟାପଟପ ଲୁଟ କରି ଫେରାର ହେବାକୁ ବସିଥିଲେ।

ଏହି ସମୟରେ ଖବରପାଇ ଲୋଇସିଂହା ପୋଲିସ ଡକାୟତମାନଙ୍କୁ ଗୋଡାଇଥିଲା। କୁଟାସିଂହା ନିକଟ ଜଂଗଲଠାରେ ଡକାୟତମାନେ ପୋଲିସ ଉପରକୁ ଫାୟାରିଂ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏବଂ କୁଟାସିଂହା ଗାଁ ଲୋକେ ଡକାୟତଙ୍କୁ ଘେରାବନ୍ଦୀ କରିଥିଲେ। ପରେ ଡକାୟତମାନେ ଅନ୍ୟବାଟ ନପାଇ ପିସ୍ତଲ ଫିଙ୍ଗି ପୋଲିସ ହାତରେ ଧରାଦେଇଥିଲେ। ଦୁଇ ଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ବେଳେ ତିନି ଜଣଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖିଛି ପୋଲିସ।

ନଜର ପକାନ୍ତୁ ପୂରା ଘଟଣା ଉପରେ:-

ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟସ୍ଥ ଥିବା ଜଂଗଲ ରାସ୍ତା। ଏହି ରାସ୍ତାଟି ଜଙ୍ଗଲ ଦେଇ ଯାଇଥିବାରୁ ଏଠାରେ ଯାତାୟତ ସେତେଟା ନଥାଏ। ସଦର ତାନା କୁସଙ୍ଗ ଗାଁର ଦୁଇ ଭାଇ ଜ୍ୟୋତିରଞ୍ଜନ ନାୟକ, ଜ୍ଞାନରଞ୍ଜନ ନାୟକ ନିକଟସ୍ଥ ଝାରମୁଣ୍ଡା ଗାଁର ଜନ ସେବା କେନ୍ଦ୍ରକୁ ବାଇକ୍‌ ଯୋଗେ ଯାଉଥିଲେ। ପାଖରେ ଥିଲା ଟଙ୍କା ଓ ଲାପଟପ୍ ଭର୍ତ୍ତି ବ୍ୟାଗ। ତେବେ ଜଙ୍ଗଲ ରାସ୍ତାରେ ହଠାତ୍ ୫ ଜଣ ଦୁବୃର୍ତ୍ତ ୨ଟି ବାଇକ୍‌ରେ ଆସି ଏହି ଦୁଇ ଭାଇଙ୍କୁ ଧକ୍କା ଦେଇଥିଲେ। ଫଳରେ ସେମାନେ ବାଇକ୍‌ରୁ ଖସିପଡ଼ିଥିଲେ। ପରେ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା ଓ ଲାପଟପ୍ ଲୁଟ୍‌ କରିଥିଲେ।

ପରେ ୨ ଭାଇ ସାଙ୍ଗେ ସାଙ୍ଗେ ଲୋଇସିଂହା ପୋଲିସଙ୍କୁ ଜଣାଇଥିଲେ। ଖବର ପାଇବା ମାତ୍ରେ ପୋଲିସ୍ ବିଳମ୍ବ ନକରି ସମ୍ବଲପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। କୁଟାସିଂହା ଦେଇ ଡ଼କାୟତ ଫେରାର ହେଉଥିବା ବେଳେ ଉଭୟ ପୋଲିସ୍ ଓ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିୟାଇଥିଲେ। ପୋଲିସ୍- ଡ଼କାୟତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଡ଼ାୟତମାନେ ପୋଲିସ୍ ଉପରକୁ ଫାୟାରିଂ କରିଥିଲେ।

 

 

You might also like