କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମୁହାଁମୁହିଁ

ନୂଆପଡ଼ା: କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଗତକାଲି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍ଭାବନା ଗୃହରେ କରୋନା ସଂକ୍ରମଣକୁ ରୋକିବା ଲାଗି ଏକ ସଚେତନତା ସଭା ହୋଇଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ଏମିତିକି ଉଭୟେ ପରସ୍ପରକୁ ବ୍ୟକ୍ତିଗତ ଆରୋପ ମଧ୍ୟ କରିଥିଲେ। କଥା ଏମିତି ବଢ଼ି ଯାଇଥିଲା ଯେ, ବୈଠକରେ ଉପସ୍ଥିତ ଅଧିକାରୀ ତଥା ବିଧାୟକ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ଜିଲ୍ଲା ପାଇଁ ହେଉଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା।

ତେବେ ଏ ସଂପର୍କରେ ସାଂସଦ, ବିଧାୟକ କିମ୍ବା ଜିଲ୍ଲାପାଳଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

You might also like