କନ୍ଧମାଳରେ ଜଣେ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: ନିର୍ବାଚନ ପୂର୍ବରୁ କନ୍ଧମାଳ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। କନ୍ଧମାଳରେ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଗତବର୍ଷ ଠାରୁ ମାଓବାଦୀ ସଂଗଠନରେ କାମ କରୁଥିବା ଭରତ କହଁର ଗତକାଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛି।

ସେ ଗତବର୍ଷ ମାର୍ଚ୍ଚ ମାସରେ CPI ମାଓବାଦୀ KKBN Divisionରେ ସାମିଲ ହୋଇଥିଲା। ମାଓ ସଂଗଠନରେ ଜଣେ ପାର୍ଟି ମେମ୍ବର ଭାବେ ଭରତ କହଁର କାର୍ଯ୍ୟ କରୁଥିଲା।

ଗଗରପଟା ଗାଁରେ ପୁଲିସ୍‌ ସହ ଗୁଳି ବିନିମୟ ଘଟଣା ଏବଂ ସୁଡ୍ରୁକୁମ୍ପା ଫାଣ୍ଡି ଅଞ୍ଚଳରେ ଠିକାଦାର ସଂସ୍ଥାର ଗାଡ଼ି ପୋଡ଼ି ସହ ଜଣଙ୍କ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଥିଲା।

ଭରତଙ୍କ ଉପରେ ରାଜ୍ୟ ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲେ। ତେବେ ମାଓବାଦୀ କାର୍ଯ୍ୟ  କଳାପରେ ଅସନ୍ତୋଷ ପ୍ରକାଶ କରି ଭରତ ସଙ୍ଗଠନ ଛାଡ଼ିଥିବା କନ୍ଧମାଳ ଏସ୍‌ପି କହିଛନ୍ତି।

You might also like