ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ିଲା, ମହିଳା ଗୁରୁତର

କେନ୍ଦୁଝର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର। କେନ୍ଦୁଝର ଜିଲ୍ଲା ଘଷିପୁରା ବସନ୍ତପୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କୋଠରୀର କାନ୍ଥ ଭୁଶୁଡି ପଡିଥିଲା। ଫଳରେ ଆହତ ହୋଇଥିବା ମଇନା ହାଁସଦାଙ୍କ ଉପରେ ମାଟିକାନ୍ଥ ଖସିପଡିଥିଲା। ପାଖରେ ଶୋଇଥିବା ୨ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଜେନାସାହିରେ କାନ୍ଥ ଭୁଶୁଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର। ଜେନାସାହିର ନାଥ ବେହେରାଙ୍କ ପରିବାର ଲୋକେ ଶୋଇଥିବା ବେଳେ କାନ୍ଥଟି ଭୁଶୁଡ଼ି ପଡିଥିଲା। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦାବି ହୋଇଛି।

You might also like